ଘରେ ଥିବା ଦୁଇ ଗର୍ଭବତୀ ପତ୍ନୀଙ୍କ ସମ୍ମୁଖରେ ତୃତୀୟ ପତ୍ନୀଙ୍କୁ ଛିଡ଼ା କରି ୟୁଟ୍ୟୁବର ଅରମାନ କହିଲେ ଏଭଳି କଥା…

ଘରେ ଥିବା ଦୁଇ ଗର୍ଭବତୀ ପତ୍ନୀଙ୍କ ସମ୍ମୁଖରେ ତୃତୀୟ ପତ୍ନୀଙ୍କୁ ଛିଡ଼ା କରି ୟୁଟ୍ୟୁବର ଅରମାନ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ୟୁଟ୍ୟୁବର ଅରମାନ ମାଲିକ ତାଙ୍କର ଦୁଇଜଣ ସ୍ତ୍ରୀଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଆନ୍ତି। ଅରମାନଙ୍କ ଦୁଇଜଣ ସ୍ତ୍ରୀ ଗର୍ଭବତୀ ଥିବା ନେଇ ନିକଟରେ ଖବର ମିଳିଥିଲା।

ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି କି ଅରମାନ ତୃତୀୟ ବିବାହ କରିଛନ୍ତି। ଏହାକୁ ନେଇ ଅରମାନ ମାଲିକଙ୍କ ପୂର୍ବରୁ ଥିବା ଦୁଇଜଣ ସ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ନିକଟରେ ଅରମାନ ମଲିକଙ୍କ ଦ୍ୱାରା ଏକ ଭିଡିଓ ସେୟାର କରାଯାଇଥିଲା, ଯେଉଁଥିରେ ସେ ଅନ୍ୟ ଜଣେ ମହିଳାଙ୍କ ସହ ଥିବା ନଜର ଆସିଥିଲେ। ୟୁଟ୍ୟୁବର୍ ଅରମାନ୍ ମଲିକ୍ ଘରେ ଥିବା ତାଙ୍କର ଦୁଇ ପତ୍ନୀଙ୍କ ଆଗରେ ତୃତୀୟ ପତ୍ନୀଙ୍କୁ ଛିଡ଼ା କରି ପରିଚିତ କରୁଥିବା ଦେଖିବାକୁ ମିଳୁଛି। ଏହି ମହିଳାଙ୍କ ନାମ ହେଉଛି ଲକ୍ଷ୍ମୀ।

ଯେତେବେଳେ ପାୟଲ ଏବଂ କ୍ରିତିକା ଅରମାନଙ୍କ ତୃତୀୟ ପତ୍ନୀଙ୍କୁ ଦେଖିଲେ, ସେମାନେ ଯୁକ୍ତିତର୍କ କରିବା ଆରମ୍ଭ କରିଦେଇଥିଲେ। କିଛି ସମୟ ପରେ ଅରମାନ  ଦୁଇ ପତ୍ନୀ ପାୟଲ ଓ କ୍ରିତିକାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି କି ସେମାନେ ଏହାକୁ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏହା ଏକ ମଜାକ ଥିଲା।  ସେ  କୌଣସ ପ୍ରକାର ତୃତୀୟ ଥର ବିବାହ କରିନାହାଁନ୍ତି ବୋଲି ଦୁଇ ପତ୍ନୀଙ୍କୁ କହିଛନ୍ତି।

ଅଯଥାରେ ଘରୋଇ କଳହ ସୃଷ୍ଟି ହେବା ଦେଖି ସତ ଲୁଚାଇ ଦେଉନାହାନ୍ତି ତ  ଅରମାନ୍ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe