ଅଢ଼େଇ ବର୍ଷରେ ୨୦୦କୋଟିର ମାଲିକ ହେଲେଣି ୟୁଟ୍ୟୁବର ଅରମାନ୍

Advertisment
ଅଢ଼େଇ ବର୍ଷରେ ୨୦୦କୋଟିର ମାଲିକ ହେଲେଣି ୟୁଟ୍ୟୁବର ଅରମାନ୍

ନୂଆଦିଲ୍ଲୀ: ୟୁଟ୍ୟୁବର୍ ଅରମାନ୍ ମଲିକ୍ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଶେଷ କରି ୨ଜଣ ପତ୍ନୀଙ୍କ ସହ ଏକାଠି ଗୋଟିଏ ଘରେ ରହିବାକୁ ନେଇ ସେ ସବୁବେଳେ ଆଲୋଚନାର ବିଷୟ ପାଲଟନ୍ତି। ଅରମାନଙ୍କ ପ୍ରଥମ ପତ୍ନୀଙ୍କ ନାମ ପାୟଲ ମଲିକ ଏବଂ ଦ୍ୱିତୀୟ ପତ୍ନୀଙ୍କ ନାମ କ୍ରିତିକା ମଲିକ। ଦୁହେଁ ଏକାଠି ରହୁଥିବା ବେଳେ ନିକଟରେ ଅରମାନ ୩ଜଣ ନବଜାତଙ୍କ ବାପା ହୋଇଛନ୍ତି। ତେବେ ୨ଜଣ ପତ୍ନୀ ରଖିଥିବାରୁ ପ୍ରଥମେ ବିବାଦରେ ଛନ୍ଦି ହୋଇଥିବା ଅରମାନ ଏବେ ୨୦୦କୋଟିର ମାଲିକ ହେଲେଣି।

କିଛି ଦିନ ତଳେ ଏକ ସାକ୍ଷାତକାରରେ ଅରମାନ କହିଥିଲେ ଯେ, "ପ୍ରଥମେ ମୁଁ ମେକାନିକ୍ ଭାବେ କାମ କରୁଥିଲେ। ହେଲେ ବିବାହ ପରେ ୨ଜଣ ପତ୍ନୀ ଆସିବାରୁ ମୁଁ ୟୁଟ୍ୟୁବରେ ବ୍ଲଗ କରିବା ସହ ‌ରିଲ୍ସ କରି ଲୋକପ୍ରିୟ ହୋଇଥିଲି। ଏହା ମୋ ଜୀବନର ଗତିପଥ ବଦଳାଇ ଦେଇଥିଲା।"

ସମ୍ପତ୍ତି ବିଷୟରେ ପଚରାଯିବାରୁ ଏବେ ୟୁଟ୍ୟୁବ ପାଇଁ ସେ ୧୦୦-୨୦୦କୋଟିର ମାଲିକ ହୋଇଥିବା କହିଥିଲେ। ଏହା ସହ ଅରମାନ ୧୦ଟି ଫ୍ଲାଟ କିଣିଥିବା ଜଣାଇଥିଲେ। ଏଥି ମଧ୍ୟରୁ ୪ଟିରେ ତାଙ୍କ ପରିବାର ରହୁଥିବା ବେ‌ଳେ ଅନ୍ୟ ୬ଟି ଫ୍ଲାଟରେ ତାଙ୍କ ଷ୍ଟାଫ୍ ରହୁଛନ୍ତି। ଅରମାନଙ୍କ ଷ୍ଟାଫ୍ ମଧ୍ୟରେ ରହିଛନ୍ତି, ୬ଜଣ ଏଡିଟର, ୨ଜଣ ଡ୍ରାଇଭର, ୪ଜଣ ସୁରକ୍ଷା କର୍ମୀ ଏବଂ ୯ଜଣ ଗୃହ ସହାୟିକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe