ବାଡ଼ିବଗିଚା କଥା କହି ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା

ବାଡ଼ିବଗିଚା କଥା କହି ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଆଜିକାଲିର ପିଲାମାନଙ୍କୁ ପ୍ରାୟତଃ ଚାଷ କିମ୍ବା ବଗିଚା କାମ କରିବା କଠିନ ପରିଶ୍ରମ ପରି ମନେହୁଏ । ଏମିତି କି ବର୍ତ୍ତମାନ କୃଷକ ପରିବାରର ପିଲାମାନେ ମଧ୍ୟ କୃଷି ଆଡକୁ ଯିବାକୁ ଚାହୁଁନାହାଁନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଯୁବକଙ୍କର କାହାଣୀ କହିବାକୁ ଯାଉଛୁ ଯିଏ କି ଗଛ ପ୍ରତି ଥିବା ଭଲପାଇବାକୁ ନିଜର ବ୍ୟବସାୟ କରିଛନ୍ତି। ୟୁଟ୍ୟୁବରେ ସେ ବାଡ଼ିବଗିଚା ବିଷୟରେ ଲୋକଙ୍କୁ ସୂଚନା ଦିଅନ୍ତି, ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ବଗିଚା ସମ୍ବନ୍ଧୀୟ ଜିନିଷ ମଧ୍ୟ ବିକ୍ରି କରନ୍ତି।

ଉକ୍ତ ଯୁବକ ଜଣକ ହେଉଛନ୍ତି, ଉତ୍ତରାଖଣ୍ଡର ରୁଡକିରେ ରହୁଥିବା ୨୦ ବର୍ଷୀୟ ପ୍ରିୟାଂଶ ଗୋୟଲଙ୍କର । ପ୍ରିୟାଂଶ ନିଜ ସଉକ ପାଇଁ ଫୋନରେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ। କିନ୍ତୁ ଆଜି ସେ କେବଳ ୟୁଟ୍ୟୁବ୍ ମାଧ୍ୟମରେ ନୁହେଁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ମାଧ୍ୟମରୁ ପ୍ରତି ମାସରେ ୬୦ ରୁ ୭୦ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି। ଆଉ କେବେ କେବେ ଏହି ରୋଜଗାର ତାଙ୍କର ଲକ୍ଷ ଟଙ୍କାରେ ବି ପହଞ୍ଚି ଯାଇଥାଏ।

ପ୍ରିୟାଂଶଙ୍କ ପିତାଙ୍କ ଏକ ଇଲେକ୍ଟ୍ରୋନିକ୍ସ ଏବଂ ଷ୍ଟେସନାରି ଦୋକାନ ରହିଛି। ପିଲାଦିନେ ସେ ବାପାକୁ ସାହାଯ୍ୟ କରିବା ପାଇଁ ବେଳେବେଳେ ଦୋକାନକୁ ଯାଉଥିଲେ । ପ୍ରିୟାଂଶ କହିଛନ୍ତି ଯେ ଯେତେବେଳେ ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ସେ ପ୍ରଥମ ଥର ପାଇଁ ଫୋନ୍ ଧରିଥିଲେ।

publive-image

ସେହି ଦିନଗୁଡ଼ିକୁ ମନେ ପକାଇ ପ୍ରିୟାଂଶ କୁହନ୍ତି, “ଫୋନ୍ ପାଇବା ପରେ, ମୁଁ ଇଣ୍ଟରନେଟରେ ପ୍ରଥମେ ଖୋଜିଥିଲି କିପରି ଅନଲାଇନରେ ଟଙ୍କା ରୋଜଗାର କରିହେବ? ସେହି ସମୟରେ ୟୁଟ୍ୟୁବରେ ଭିଡିଓ ତିଆରି କରି ବି ରୋଜଗାର କରି ହେବ ସେ ଧାରା ଅଧିକ ନଥିଲା। କିନ୍ତୁ ମୋତେ ଭିଡିଓ ତିଆରି କରିବାକୁ ପସନ୍ଦ ଥିଲା। ତେଣୁ ମୁଁ ଭିଡିଓ ତିଆରି କରିବା ଆରମ୍ଭ କଲି।

ତାଙ୍କ ଘରର ଛାତ ଉପରେ ପ୍ରାୟ ୧୦ ଟି ପ୍ରକାର ଗଛ ଲାଗିଥିଲା, ଏହାକୁ ନେଇ ସେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ । ଯଦିଓ ସେହି ସମୟରେ ତାଙ୍କର ବାଡ଼ିବଗିଚା ବିଷୟରେ ଅଧିକ ଜ୍ଞାନ ନଥିଲା। କିନ୍ତୁ ଜଣେ ଛୋଟ ପିଲାର ବଗିଚା ପ୍ରତି ଥିବା ରୁଚିକୁ ଦେଖି ଲୋକମାନେ ତାଙ୍କ ଭିଡିଓକୁ ବବହୁତ ପସନ୍ଦ କରିଥିଲେ। ଖୁବଶୀଘ୍ର ପ୍ରିୟାଂଶଙ୍କ ୩୦ ହଜାରରୁ ଅଧିକ ଗ୍ରାହକ ହୋଇଗଲେ । କିନ୍ତୁ କିଛି କାରଣ ହେତୁ ତାଙ୍କର ଏହି ଆକାଉଣ୍ଟ ବନ୍ଦ ହୋଇଯାଇଥିଲା, ଯାହା ପରେ ସେ ଭିଡିଓ କରିବା ବନ୍ଦ କରି ଅଧ୍ୟୟନ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ।

କିନ୍ତୁ ଦଶମ ପରୀକ୍ଷା ପରେ, ଯେତେବେଳେ ତାଙ୍କର ଖାଲି ସମୟ ଥିଲା, ସେ ପୁଣି ଏକ ନୂତନ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଥିଲେ। ଆଜି ତାଙ୍କ ଚ୍ୟାନେଲରେ ଚାରି ଲକ୍ଷରୁ ଅଧିକ ଗ୍ରାହକ ଅଛନ୍ତି । ସେ ବଗିଚାକୁ ଏତେ ପସନ୍ଦ କରୁଥିଲେ ଯେ ବର୍ତ୍ତମାନ ତାଙ୍କ ଛାତ ଉପରେ ୩୦୦ରୁ ଅଧିକ ଗଛ ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe