ମୁମ୍ବାଇ: ଗତବୁଧବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ଦେଶର ରତ୍ନ ଥିବା ରତନ ଟାଟାଙ୍କୁ ହରାଇବା ପରେ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା, ଖେଳାଳି, କଳାକାର ସମେତ ବିଦେଶର ଲୋକମାନେ ବି ସୋସିଆଲ ମିଡିଆ ଜରିଆରେ ଟାଟା ଗ୍ରୁପର ଅଧ୍ୟକ୍ଷଙ୍କୁ ଶ୍ରଦ୍ଧାକଞ୍ଜଳି ଦେବା ସହିତ ରତନ ଟାଟାଙ୍କ ସହିତ ନିଜନିଜର ଅନୁଭୂତି ସେୟାାର କରିଛନ୍ତି।
ରତନ ଟାଟାଙ୍କ ଦେହାନ୍ତ ସହିତ ଏକ ଯୁଗର ଅବସାନ ହୋଇଛି। ଟାଟା ଗ୍ରୁପ୍କୁ ବିଶ୍ବରେ ପରିଚିତ କରିବାରେ ସେ ଥିଲେ ବିନ୍ଧାଣି। ବ୍ୟବସାୟରେ ବିଚକ୍ଷଣ ଗୋଟିଚାଳନାରେ ସେ ଥିଲେ ସିଦ୍ଧହସ୍ତ। ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ତାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି ହୋଇଛି। ରତନ ଟାଟାଙ୍କ ଜୀବନରୁ ମିଳୁଥିବା ସବୁଠୁ ବଡ଼ ପ୍ରେରଣା ହେଉଛି ବଡ଼ ସ୍ବପ୍ନ ଦେଖିବାକୁ ଭୟ କରନାହିଁ। ସ୍ବପ୍ନ ଦେଖ ଓ ତାହାକୁ ପୂରଣ କରିବା ଲାଗି ଚେଷ୍ଟା କର। ପ୍ରଥମେ ଲୋକମାନେ ଉପହାସ କରିପାରନ୍ତି, କିନ୍ତୁ ସଫଳତା ମିଳିବା ପରେ ସମସ୍ତେ ତାହାକୁ ସ୍ବୀକାର କରିବା ସହ ଗର୍ବିତ ହେବେ।
ଏଭଳି ସମୟରେ ଜି ଗ୍ରୁପର ମାଲିକ ସୁଭାଷ ଚନ୍ଦ୍ରା ରତନ ଟାଟାଙ୍କ ଜୀବନୀକୁ ନେଇ ଏକ ବାୟୋଗ୍ରାଫିକଲ ସିନେମା ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି। ଏହି ସିନେମା ସି୫ରେ ପ୍ରଦର୍ଶିତ କରାଯିବ। ଏହାକୁ ବିଭିନ୍ନ ଭାଷାରେ ଉପଲବ୍ଧ କରିବା ପାଇଁ ବି ଜି ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି।
ଜି ଗ୍ରୁପର ମାଲିକ ସୁଭାଷ ଚନ୍ଦ୍ରା କହିଛନ୍ତି, ‘ରତନଙ୍କ ସହିତ ମୋର ଭଲ ବନ୍ଧୁତା ଥିଲା। ସେ ସର୍ବଦା ମୋ ବିଚାରକୁ ନେଇ ପ୍ରଶଂସା କରୁଥିଲେ। ତାଙ୍କୁ କୌଣସି ପ୍ରସଙ୍ଗରେ ମତାମତ ମାଗିଲେ ସେ ଅତି ସୁନ୍ଦର ଭାବେ ନିଜର ମତ ପ୍ରକାଶ କରିଥାଆନ୍ତି।
ରତନ ଟାଟା ଉଦ୍ୟୋଗ କ୍ଷେତ୍ରରେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ରହିଛନ୍ତି। ୨୦୦୦ ମସିହାରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ୨୦୦୮ ମସିହାରେ ରତନ ଟାଟା ପଦ୍ମବିଭୂଷଣ ସମ୍ମାନ ପାଇଥିଲେ। ସେହିପରି ୨୦୦୪ ମସିହାରେ ରିପବ୍ଲିକ ଅପ ଉରୁଗୁଏ, ୟୁନିଭର୍ସିଟି ଅପ କ୍ଯାମ୍ପ୍ରିଜ, ଆଇଆଇଟି ବମ୍ୱେ, ସିଙ୍ଗାପୁର ତଥା ଫ୍ରାନ୍ସ ଓ ଲଣ୍ଡନରୁ ଅଜସ୍ର ସମ୍ମାନ ପାଇଛନ୍ତି ରତନ ଟାଟା।
Follow Us