ଶେଷରେ ‘ହର ହର ଶମ୍ଭୁ’ ଗୀତକୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରୁ ହଟାଇଲେ ଫରମାନି ନାଜ୍‌

Advertisment
ଶେଷରେ ‘ହର ହର ଶମ୍ଭୁ’ ଗୀତକୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରୁ ହଟାଇଲେ ଫରମାନି ନାଜ୍‌

Zee News

ନୂଆଦିଲ୍ଲୀ: ବହୁ ବାଦବିବାଦ ପ‌ରେ ଶେଷରେ ‘ହର ହର ଶମ୍ଭୁ’ ଗୀତକୁ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରୁ ହଟାଇଛନ୍ତି ମୁସ୍‌ଲିମ୍‌ ଗାୟିକା ଫରମାନି ନାଜ୍‌। ଜଣେ ମୁସ୍‌ଲମାନ ହୋଇ ଶିବ ଭଜନ ଗାଇଥିବାରୁ ତାଙ୍କ ସଂପ୍ରଦାୟର କିଛି ଲୋକ ଏହାକୁ ଖୁବ୍‌ ବିରୋଧ କରିଥିଲେ। ଫରମାନିଙ୍କ ଏହି ଗୀତକୁ ନେଇ ବହୁ ବିବାଦ ଉପୁଜିଥିଲା। ମାତ୍ର ସେ ଗାଇଥିବା ଏହି ଗୀତଟି ଆଉ ୟୁଟ୍ୟୁବ୍‌ରେ ଦେଖିବାକୁ ମିଳିବନି।

ଜିତୁ ଶର୍ମା ଓ ଅଭିଲିପ୍ସା ପଣ୍ଡା ଗାଇଥିବା ଶିବ ଭଜନ ‘ହର ହର ଶମ୍ଭୁ ଶିବ ମହାଦେବ’ ଚଳିତ ସିଜିନରେ ଲୋକପ୍ରିୟ ହୋଇଛି। ବିଶେଷ କରି ଶ୍ରାବଣ ଜଳଲାଗି ପାଇଁ କାଉଡ଼ିଆମାନଙ୍କ ମୁହଁରେ ବି ଏହି ଭଜନ ବହୁ ଭାବେ ଶୁଣିବାକୁ ମିଳୁଛି।

ଶ୍ରାବଣ ମାସରେ ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଗାୟିକା ଫରମାନି ତାଙ୍କ ୟୁଟ୍ୟୁବ୍ ଚାନେଲରେ ଗୀତ ଅପଲୋଡ୍ କରିଥିଲେ। ଅନେକେ ଫରମାନିଙ୍କ କଣ୍ଠରେ ଏହି ଭଜନକୁ ପ୍ରଶଂସା କରିଥିଲେ। ହେଲେ ହିନ୍ଦୁମାନଙ୍କ ଏହି ଲୋକପ୍ରିୟ ଭଜନକୁ ଗାଇବା ପରେ ମୁସଲମାନମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି ଗାୟିକା ଫରମାନି ନାଜ ଆପଣା ସମ୍ପ୍ରଦାୟର ଏକ ବର୍ଗର କ୍ରୋଧର ସମ୍ମୁଖୀନ ହୋଇଥିଲେ।

ଖାଲି ସେତିକି ନୁହେଁ, ଫରମାନିଙ୍କ ଉପରେ ଏହି ଗୀତର ଅସଲ ଗାୟକ, ଗାୟିକା ଜିତୁ ଶର୍ମା ଓ ଅଭିଲିପ୍ସା ପଣ୍ଡା ବି ନିଜ ନିଜର କ୍ରୋଧ ବ୍ୟକ୍ତ କରିଥିଲେ। ଗୀତ ଗାଇବାରେ ଅସୁବିଧା ନାହିଁ, ମାତ୍ର ଗାଇବା ସହ ୟୁଟ୍ୟୁବ୍‌ରେ ଏହି ଗୀତର ଶ୍ରେୟ ମୂଳ ସଂଯୋଜକଙ୍କୁ ଦେବା ଉଚିତ ଥିଲା ବୋଲି ଜିତୁ ଶର୍ମା ଅଭି‌ଯୋଗ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe