୨ବର୍ଷର କନ୍ୟାକୁ ସାଥୀରେ ଧରି ଡିୟୁଟି କରୁଛନ୍ତି ଜୋମାଟୋ ଡେଲିଭରି ବଏ

Advertisment

ପାରିବାରିକ ସମସ୍ୟା ହେତୁ ପ୍ରତିଦିନ ୨ବର୍ଷର ଝିଅକୁ ସାଙ୍ଗରେ ଧରି ଡିୟୁଟି କରନ୍ତି ଦିଲ୍ଲୀର ଏହି ଜୋମାଟୋ ଡେଲିଭରି ବଏ। ଷ୍ଟାରବକ୍ସର ଷ୍ଟୋର ମ୍ୟାନେଜର ଦେବେନ୍ଦ୍ର ମେହରା ସେୟାର କରିଛନ୍ତି ବାପା ଓ ଝିଅଙ୍କ ଫଟୋ।

Updated On

ପାରିବାରିକ ସମସ୍ୟା ହେତୁ ପ୍ରତିଦିନ ୨ବର୍ଷର ଝିଅକୁ ସାଙ୍ଗରେ ଧରି ଡିୟୁଟି କରନ୍ତି ଦିଲ୍ଲୀର ଏହି ଜୋମାଟୋ ଡେଲିଭରି ବଏ। ଷ୍ଟାରବକ୍ସର ଷ୍ଟୋର ମ୍ୟାନେଜର ଦେବେନ୍ଦ୍ର ମେହରା ସେୟାର କରିଛନ୍ତି ବାପା ଓ ଝିଅଙ୍କ ଫଟୋ।

ଅଦ୍ୟତନ ହୋଇଛି
23

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ଜୋମାଟୋ ଡେଲିଭରି ବୟ ନିଜର ଡିୟୁଟି ସମୟରେ ବି ବାପା ହେବାର କର୍ତ୍ତବ୍ୟ ନିଭାଉଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।  

ଦିଲ୍ଲୀର ଖାନ୍ ମାର୍କେଟରେ ଥିବା ଷ୍ଟାରବକ୍ସର ଷ୍ଟୋର ମ୍ୟାନେଜର ଦେବେନ୍ଦ୍ର ମେହରା ଲିଙ୍କଡଇନରେ ଜୋମାଟୋ ଡେଲିଭରି ବଏଙ୍କ ସହିତ ତାଙ୍କ କନ୍ୟାଙ୍କ ଏକ ଫଟୋ ସେୟାର କରିଛନ୍ତି। ଏଥିସହିତ ସେ ଏହି ପୋଷ୍ଟରେ ଲେଖିଛନ୍ତି, ‘ ଆଜି ଜଣେ ଜୋମାଟୋ ଡେଲିଭରି ବଏ ନୂଆଦିଲ୍ଲୀରେ ଥିବା ଆମର ଷ୍ଟୋର ଷ୍ଟାରବକ୍ସ ଖାନ ମାର୍କେଟକୁ ଖାଇବା ଅର୍ଡର ନେବାକୁ ଆସିଥିଲେ।  ଯିଏକି ମୋ ହୃଦୟକୁ ଛୁଇଁ ଯାଇଥିଲେ। 

 ଏହି ଡେଲିଭରି ବଏଙ୍କ ନାମ ହେଉଛି ସୋନୁ। ସୋନୁଙ୍କ ଘରେ ପାରିବା‌ରିକ ସମସ୍ୟା ଲାଗି ରହିଛି। ତାଙ୍କ ସ୍ତ୍ରୀ ଛାଡ଼ି ଚାଲି ଯାଇଛନ୍ତି। ଏପରି ପରିସ୍ଥିତିରେ ସେ ତାଙ୍କ ୨ବର୍ଷର ଶିଶୁ କନ୍ୟାଙ୍କ ସହିତ ରହୁଛନ୍ତି। କନ୍ୟାଙ୍କ ସମସ୍ତ ଦାୟିତ୍ବ ନିଜ କାନ୍ଧକୁ ନେଇଛନ୍ତି।

ଡିୟୁଟି ଆସିବା ସମୟରେ  ଶିଶୁକୁ କାହା ପାଖ‌ରେ ଛାଡ଼ି ଆସିବାକୁ ସେ ଉଚିତ ମଣିନ୍ତି ନାହିଁ। ତେଣୁ ଡିୟୁଟି ବାହାରିବା ସମୟରେ ସେ ଝିଅକୁ ଖୁଆଇ ପିଆଇ ନିଜ ସାଙ୍ଗରେ ନେଇ ଚାଲି ଆସିଥାଆନ୍ତି। ମଧ୍ୟାହ୍ନ ସମୟରେ ସ୍ଥାନ ଦେଖି ‌ସେ  ଝିଅକୁ ଖୁଆଇ  ଦେଇଥାଆନ୍ତି। ଶୋଇପଡ଼ିଲେ ଶିଶୁକୁ ସେମିତି କାନ୍ଧରେ ପକାଇ ଡିୟୁଟି କରୁଥାଆନ୍ତି। ଡିୟୁଟି ଶେଷ ପରେ ବାପ ଓ ଝିଅ ଦୁହେଁ ସାଙ୍ଗ ହୋଇ ଘରକୁ ଫେରି ଯାଇଥାଆନ୍ତି।

ଜୋମାଟୋ ଦେବେନ୍ଦ୍ର ମେହରା କରିଥିବା  ପୋଷ୍ଟର ପ୍ରତିକ୍ରିୟା ଦେଇ କହିଛି, "ସୋନୁଙ୍କ ବିଷୟରେ ଏମିତି ହୃଦୟସ୍ପର୍ଶୀ କାହାଣୀ ସେୟାର କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।’ 

ସୋସିଆଲ ମିଡିଆ ବ୍ୟବହାରକାରୀ ସୋନୁଙ୍କ ଏଭଳି ସଂଘର୍ଷଭରା କାହାଣୀ ଜାଣିବା ପରେ ଭାବବିହ୍ବୋଳ ହୋଇପଡ଼ିଛନ୍ତି।  ସୋନୁ ଓ ତାଙ୍କ ଝିଅଙ୍କ ଫଟୋ ବାସ୍ତବରେ ହୃଦୟସ୍ପର୍ଶୀ ବୋଲି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସୋନୁ ଓ ତାଙ୍କ କନ୍ୟାଙ୍କୁ ଭଗବାନ ଆର୍ଶୀବାଦ କରନ୍ତୁ। ବାପ ଓ ଝିଅ ଦୁହେଁ ଭଲରେ ଓ ଖୁସିରେ ରୁହନ୍ତୁ।’

 ଅଧିକପଢ଼ନ୍ତୁ: ୨ ଆତଙ୍କବାଦୀଙ୍କ ନାମ ଭୋଲା-ଶଙ୍କର ଥିଲା: କାନ୍ଦାହାର ହାଇଜାକ୍ ପୀଡ଼ିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe