ଏଭଳି ଏକ ଧାର୍ମିକସ୍ଥଳ ଯେଉଁଠି ଉଡାଜାହାଜ ଦାନ ଦେଇ ମନସ୍କାମନା ପୂରଣ କରାଯାଏ !

Advertisment
ଏଭଳି ଏକ ଧାର୍ମିକସ୍ଥଳ ଯେଉଁଠି ଉଡାଜାହାଜ ଦାନ ଦେଇ ମନସ୍କାମନା ପୂରଣ କରାଯାଏ !

The Better India

ଚଣ୍ଡିଗଡ: ଏଇ ଭାରତରେ ଯେକୌଣସି ଧାର୍ମିକ ସ୍ଥଳୀରେ ମନସ୍କାମନା ପୂରଣ କରିବାର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି। ଏହି କାରଣ ଯୋଗୁଁ ବିଭିନ୍ନ ମନସ୍କାମନାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଧର୍ମସ୍ଥଳୀ ମଧ୍ୟ ରହିଛି। ସେହିଭଳି ପଞ୍ଜାବରେ ଏକ ଗୁରୁଦ୍ୱାରା ରହିଛି ଯେଉଁଠି ଅନେକ ଲୋକ କେବଳ ବିଦେଶ ଯିବା ଆଶା ନେଇ ଆସିଥାନ୍ତି ଓ ଏହାକୁ ପୂରଣ କରିବା ପାଇଁ ବିଭିନ୍ନ କିସମର ଖେଳନା ମଧ୍ୟ ଚଢ଼େଇଥାନ୍ତି। ପଞ୍ଚାବର ଦୋଆବା ଜିଲ୍ଲାର ତହ୍ଲାନ୍‌ ଗାଁରେ ଅବସ୍ଥିତ ଏହି ଗୁରୁଦ୍ୱାରା ବାବା ନିହାଲ ସିଂ ଶହୀନ୍ଦଙ୍କ ନାଁରେ ସମର୍ପିତ କରାଯାଇଛି।

publive-image jagran.com

ଏହି ଗୁରୁଦ୍ୱାରକୁ ନେଇ ଏକ କିମ୍ବଦନ୍ତୀ ରହିଛି କି ଯେଉଁ ବ୍ୟକ୍ତି ଏଠାରେ ଖେଳନା ଉଡାଜାହାଜ ଚଢ଼ାଇଥାନ୍ତି ସେମାନଙ୍କର ବିଦେଶର ଯିବାର ସମ୍ଭାବନା ଅଧିକ ବଢ଼ିଯାଇଥାଏ। ଏଥିପାଇଁ ଗୁରୁଦ୍ୱାରାର ବାହାର ପାର୍ଶ୍ୱରେ ବହୁତଗୁଡ଼ିଏ ଖେଳନା ଦୋକାନ ମଧ୍ୟ ଖୋଲାଯାଇଥାଏ। ବିଦେଶ ଯିବା ଆଶା ନେଇ ଅନେକ ଲୋକ ଏଠାକୁ ଆସିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe