ଏହି ସ୍ଥାନରେ ଲୋକେ ଆଶ୍ଚର୍ଯ୍ୟଜନକ ଜୀବଜନ୍ତୁଙ୍କୁ ପୋଷା ମନାନ୍ତି?

Advertisment
ଏହି ସ୍ଥାନରେ ଲୋକେ ଆଶ୍ଚର୍ଯ୍ୟଜନକ ଜୀବଜନ୍ତୁଙ୍କୁ ପୋଷା ମନାନ୍ତି?

ଚୀନ୍‌ର ରାଜଧାନୀ ବେଜିଂରେ ଲୋକଙ୍କ ଭିତରେ ବଢ଼ି ଚାଲିଛି ଭୟଙ୍କର ଜଙ୍ଗଲୀ ଜୀବଜନ୍ତୁଙ୍କୁ ପୋଷିବାର ରୁଚି!

ଚୀନ୍‌ର ଲୋକଙ୍କ ଭିତରେ ଏବେ ଏକ ନୂଆ ରୁଚି ଦେଖିବାକୁ ମିଳିଛି। ଜଙ୍ଗଲୀ ମାରାତ୍ମକ ଜୀବଜନ୍ତୁକୁ ଘରେ ପୋଷିବାର ରୁଚି। ଏହି ଜୀବଜନ୍ତୁମାନେ ଲୋପ ପାଇ ବସିବା କାରଣରୁ ଏମାନଙ୍କୁ ଲୋକେ ଘରେ ପୋଷୁଛନ୍ତି।

ଦକ୍ଷିଣ-ପୂର୍ବ ଏସିଆ ଓ ଅଷ୍ଟ୍ରେଲିଆରେ ମିଳୁଥିବା କୁମ୍ଭୀରର ମୂଲ୍ୟ ଚୀନ୍‌ରେ ପ୍ରାୟ ୧୫୦୦ ଡଲାର୍‌ (୧ ଲକ୍ଷ ଟଙ୍କା)।

ଆଫ୍ରିକାରେ ମିଳୁଥିବା ‘ସ୍ପିନୀ ଟେଲ୍ଡ୍‌ ଲିଜର୍ଡ’କୁ ଇଣ୍ଟର୍‌ନ୍ୟାସନାଲ୍‌ ୟୁନିୟନ୍‌ ଫର୍‌ କନ୍‌ଜର୍‌ଭେସନ୍‌ ଅଫ୍‌ ନେଚର୍‌ ଲୁପ୍ତପ୍ରାୟ ଜୀବମାନଙ୍କ ସୂଚୀରେ ସ୍ଥାନିତ କରିଛି।

ଚୀନ୍‌ର ଯୁବକମାନଙ୍କ ଭିତରେ କ୍ରାନ୍‌ବେଲ୍‌ ହୋଣ୍ଡ୍‌ ଫ୍ରଗ୍‌ (ଏକ ବିରଳ ପ୍ରଜାତିର ବେଙ୍ଗ)ର ଲୋକପ୍ରିୟତା ବେଶ୍‌ ଅଧିକ। ଅର୍ଜେଣ୍ଟିନା, ବୋଲିଭିୟା ଓ ବ୍ରାଜିଲ୍‌ରେ ମିଳୁଥିବା ଏହି ବେଙ୍ଗ ବହୁ ପ୍ରସିଦ୍ଧ।

ସେଠାକାର ବିଶ୍ୱବିଦ୍ୟାଳୟରେ ବି ଏମିତି ଜୀବଜନ୍ତୁଙ୍କୁ ପାଳିବା ସଂପର୍କରେ ଶିକ୍ଷା ଦିଆଯାଇଥାଏ।

୨୬ ବର୍ଷୀୟ ଶାଓ ଫେଙ୍ଗ ୫ଟି କୁମ୍ଭୀର ପାଳନ କରୁଛନ୍ତି ଓ ସମସ୍ତ ୨୩ ପ୍ରଜାତିର କୁମ୍ଭୀର ପାଳିବା ପାଇଁ ଚାହୁଁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe