କୁକୁର କଥା ଛାଡ଼ନ୍ତୁ, ଘୋଡ଼ା ବି ମଣିଷ ମୁଖଭଙ୍ଗୀରୁ ତା’ର ମିଜାଜ୍ ଜାଣିପାରେ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।
ଘୋଡ଼ାମାନେ କିଭଳି ମଣିଷର ମୁଖଭଙ୍ଗୀ ଓ ସ୍ୱରରୁ ତା’ର ମିଜାଜ୍ ବୁଝୁଛନ୍ତି ପ୍ରଥମ ଥର ପାଇଁ ତା’ର ଏକ ପ୍ରଦର୍ଶନ କରିଥିଲେ ହୋକାଇଡ଼ୋ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ।
କାମିକା ଜନ୍ତୁ ଭାବେ ଘୋଡ଼ାକୁ ବହୁ ବର୍ଷ ହେବ ମଣିଷ ବ୍ୟବହାର କରି ଆସୁଛି। ଖେଳକୁଦ ଏବଂ ଅବସର ବିନୋଦନ ପାଇଁ ବି ଘୋଡ଼ାଙ୍କୁ ମଣିଷ କାମରେ ଲଗାଏ। ତେଣୁ କୁକୁର ଭଳି ଘୋଡ଼ାର ମଧ୍ୟ ମଣିଷ ସହ ସମ୍ପର୍କ ରହିଛି।
କୁକୁରମାନେ ମୁଖଭଙ୍ଗୀ ଏବଂ କଣ୍ଠସ୍ୱରରୁ ମଣିଷର ମତିଗତି ବୁଝିପାରନ୍ତି ବୋଲି ସଭିଏଁ ଜାଣିଥିଲେ, କିନ୍ତୁ ଘୋଡ଼ା ମଧ୍ୟ ସେମିତି ଜାଣିପାରେ ବୋଲି କାହାକୁ ମାଲୁମ୍ ନ ଥିଲା।
ପ୍ରଦର୍ଶନ ସମୟରେ ଘୋଡ଼ାଙ୍କୁ ପରଦା ଉପରେ ଖୁସି ଓ ରାଗୀ ମଣିଷଙ୍କର ମୁଖଭଙ୍ଗୀ ଦେଖାଇ ଦିଆଯାଇଥିଲା। ତା’ ସହ ଶୁଣାଇ ଦିଆଯାଇଥିଲା ପୂର୍ବରୁ ରେକର୍ଡ କରାଯାଇଥିବା ପ୍ରଶଂସା ଓ ଗାଳି।
ପରୀକ୍ଷା ଫଳାଫଳରୁ ଜଣାଗଲା ଯେ ଘୋଡ଼ାମାନେ ଅପରିଚିତ ଲୋକଙ୍କ ଅପେକ୍ଷା ପରିଚିତ ଲୋକଙ୍କ ସ୍ୱର ଓ ଚିତ୍ରକୁ ସାମାନ୍ୟ ଅଧିକ ସମୟ ଚାହିଁ ରହିଥିଲେ।
Follow Us