Image Courtesy of India
ନୂଆଦିଲ୍ଲୀ: ଡାକଟିକିଟ୍ ସଂଗ୍ରହ ରୁଚିର ପ୍ରସାରଣ ବୃଦ୍ଧି କରାଇବାକୁ ଶୁକ୍ରବାର ଦିନ ନରେନ୍ଦ୍ର ମୋଦି ସରକାର ଆରମ୍ଭ କରିଛନ୍ତି ସ୍କୁଲ୍ ପିଲାଙ୍କ ପାଇଁ ବୃତ୍ତି କାର୍ଯ୍ୟକ୍ରମ ‘ଦୀନ ଦୟାଲ୍ ସ୍ପର୍ଶ ଯୋଜନା’। ସ୍ପର୍ଶ (ସ୍କୋଲାର୍ସିପ୍ ଫର୍ ପ୍ରମୋସନ୍ ଅଫ୍ ଆପ୍ଟିଚ୍ୟୁଡ୍ ଆଣ୍ଡ୍ ରିସର୍ଚ ଇନ୍ ଷ୍ଟାମ୍ପ୍ ଆଜ୍ ଏ ହବି) ଯୋଜନାରେ ଉତ୍ତମ ଅଧ୍ୟୟନ କରୁଥିବା ଏବଂ ଡାକଟିକିଟ୍ ସଂଗ୍ରହରେ ରୁଚି ଥିବା ଷଷ୍ଠରୁ ନବମ ଶ୍ରେଣୀ ମଧ୍ୟରେ ପଢୁଥିବା ସ୍କୁଲ୍ ପିଲାମାନଙ୍କୁ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ।
ବୁଝନ୍ତୁ ସେ ଯୋଜନା କେମିତିକା:
- ଡାକଟିକିଟ୍ ସଂଗ୍ରହକୁ ରୁଚି କରିଥିବା ଛାତ୍ରଛାତ୍ରୀମାନଙ୍କୁ ୯୫୦ଟି ବୃତ୍ତି ଦେବା ନିମନ୍ତେ ସରକାର ପ୍ରସ୍ତାବ ରଖିଛନ୍ତି।
ସର୍ବାଧିକ ୪୦ଟି ବୃତ୍ତି ନିମନ୍ତେ ପ୍ରତ୍ୟେକ ପୋଷ୍ଟାଲ୍ ସର୍କଲ୍ ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରୁ ଦଶ ଜଣ ଲେଖାଏଁ ପିଲାଙ୍କୁ ପ୍ରତିନିଧି ରୂପେ ଚୟନ କରିବେ। - ବାର୍ଷିକ ୬୦୦୦ ଟଙ୍କାର ବୃତ୍ତି ରାଶି ପ୍ରଦାନ କରାଯିବ।
- ପ୍ରଦାନ ନିମନ୍ତେ ପ୍ରତ୍ୟେକ ବୃତ୍ତି ଚୟନ ସମୟରେ, ନିକଟ ଅତୀତ ଫାଇନାଲ୍ ପରୀକ୍ଷାରେ ଅନ୍ୟୂନ ୬୦% ନମ୍ବର ଅଥବା ତତୁଲ୍ୟ ଗ୍ରେଡ୍/ପଏଣ୍ଟ୍ ରଖିଥିବା ଆବଶ୍ୟକ। ଅନୁସୂଚିତ ଜାତି/ଜନଜାତିଙ୍କ ନିମନ୍ତେ ୫% କୋହଳ କରାଯିବ।
- ବୃତ୍ତି ପାଇବା ନିମନ୍ତେ ପିଲାଟିଏ ଭାରତ ମଧ୍ୟରେ କୌଣସି ଏକ ଅନୁବନ୍ଧିତ ବିଦ୍ୟାଳୟର ଛାତ୍ର ହୋଇଥିବ ଏବଂ ସମ୍ପୃକ୍ତ ବିଦ୍ୟାଳୟର ଫିଲାଟେଲି କ୍ଲବ୍ ଥିବା ଆବଶ୍ୟକ। ସମ୍ପୃକ୍ତ ଛାତ୍ର/ଛାତ୍ରୀ ସେ କ୍ଲବ୍ର ସଦସ୍ୟ ହୋଇଥିବା ଆବଶ୍ୟକ।
- ସ୍କୁଲ ଫିଲାଟେଲି ସ୍ଥାପନା ହୋଇ ନ ଥିଲେ, ନିଜର ଫିଲାଟେଲି ଡିପୋଜିଟ୍ ଆକାଉଣ୍ଟ୍ ଥିବା ଛାତ୍ର/ଛାତ୍ରୀଙ୍କୁ ବିବେଚନାକୁ ନିଆଯିବ।
ଡାକଟିକିଟ୍ ଉପରେ ପ୍ରୋଜେକ୍ଟ୍ ଓ୍ଵାର୍କର ମୂଲ୍ୟାୟନ ଏବଂ ସର୍କଲ୍ ଦ୍ୱାରା ପରିଚାଳିତ ଫିଲାଟେଲି କୁଇଜ୍ରେ ପାରଦର୍ଶିତା ଆଧାରରେ ବୃତ୍ତି ପାଇଁ ଚୟନ କରାଯିବ। - ବର୍ଷକ ପାଇଁ ବୃତ୍ତି ଦେବା ନିମନ୍ତେ ଚୟନ କରାଯିବ। ଯେଉଁ ଏଥର ବୃତ୍ତି ପାଇବେ, ସେମାନେ ଆସନ୍ତା ଥରକୁ ମଧ୍ୟ ବୃତ୍ତି ପାଇଁ ଆବେଦନ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ମାତ୍ର ସେମାନେ ନିର୍ଦ୍ଧାରିତ ଅନ୍ୟାନ୍ୟ ମାନକ ପୂରଣ କରୁଥିବା ଆବଶ୍ୟକ।
Follow Us