ନିଜର ପ୍ରେମିକାଙ୍କୁ ବିବାହ କଲେ ୩ଫୁଟ ୩ଇଞ୍ଚ ଉଚ୍ଚତା ଥିବା ବଡି ବିଲଡର

ନିଜର ପ୍ରେମିକାଙ୍କୁ ବିବାହ କଲେ ୩ଫୁଟ ୩ଇଞ୍ଚ ଉଚ୍ଚତା ଥିବା ବଡି ବିଲଡର

ନୂଆଦିଲ୍ଲୀ: ଭାରତକୁ ପ୍ରତିନିଧିତ୍ୱ କରୁଥିବା ବିଶ୍ୱର ସବୁଠାରୁ ଗେଡ଼ା ବଡି ବିଲ୍‌ଡର୍‌ ନିଜର ପ୍ରେମିକାଙ୍କୁ ଧୁମଧାମରେ ବିବାହ କରିଛନ୍ତି। ଏହି ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଉକ୍ତ ବଡ଼ି ବିଲଡରଙ୍କ ନାମ ପ୍ରତୀପ ବିଠଲ ମୋହିତେ ଓ ବୟସ ୨୮ବର୍ଷ ରହିଛି। ତାଙ୍କ ଉଚ୍ଚତା ୩ ଫୁଟ ୩ ଇଞ୍ଚ। ତେବେ ତାଙ୍କ ପ୍ରେମିକା ତଥା ପତ୍ନୀ ଜୟା ନାମ୍ନୀଙ୍କ ଉଚ୍ଚତା ୪ ଫୁଟ ୨ଇଞ୍ଚ ଓ ବୟସ ୨୨ ବର୍ଷ ରହିଥିବା ଜଣାପଡ଼ିଛି।

ପ୍ରତୀକଙ୍କ ଜନ୍ମସ୍ଥାନ ହେଉଛି ମହାରାଷ୍ଟ୍ର। ପ୍ରତୀକ କହନ୍ତି, ‘ମୁଁ ଏହି ବିବାହକୁ ନେଇ ଖୁବ ଖୁସି, ଆଉ ଜୟା ବି । ଜୟାଙ୍କୁ ମୁଁ ପ୍ରଥମ ଦେଖାରୁ ହିଁ ଭଲ ପାଇ ବସିଥିଲି। ଦୀର୍ଘ ୪ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ପରିବାରଲୋକଙ୍କ ସହଯୋଗରେ ଆମେ ଦୁହେଁ ବିବାହ ବନ୍ଧରେ ବାନ୍ଧି ହୋଇଛୁ। ଆଉ ଆଗାମୀ ଦିନରେ ଯେତେ ବାଧାବିଘ୍ନ ଆସିଲେ ବି ସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତ୍ତି ନେଇଛୁ।’

ଗିନିଜ ୱାଲର୍ଡ ରେକର୍ଡ ଘଟଣାକୁ ନେଇ ପ୍ରତୀକ କହନ୍ତି,‘ ମୁଁ ପ୍ରଥମେ ମୋ ଉଚ୍ଚତା ପାଇଁ ଚିନ୍ତାରେ ରହୁଥିଲି। ଜୀବନରେ କିଛି କରି ପାରିବି କି ନାହିଁ ଜାଣି ନଥିଲି। କିନ୍ତୁ ମୁଁ ମୋ ଚେଷ୍ଟାରେ ଅଟଳି ଥିଲି। ଶେଷରେ ୨୦୧୬ରେ ପ୍ରଥମଥର ବଡିବିଲଡିଂ ପ୍ରତିଯୋଗିତାରେ ଭାଗ ନେଇଥିଲି। ଆଉ ସଫଳ ବି ହୋଇଥିଲି। ଏହାପରେ ମୁଁ ଗିନିଜ ୱାଲର୍ଡ ରେକର୍ଡ ପାଇଁ ଆବେଦନ କରିଥିଲି । ଭଗବାନଙ୍କ କୃପାରୁ ମୋତେ ୨୦୨୧ରେ ବିଶ୍ୱର ସବୁଠାରୁ ଗେଡ଼ା କମ୍ପିଟେଟିଭ ବଡିବିଲଡର ଭାବେ ଗିନିଜ ୱାଲର୍ଡ ରେକର୍ଡସରେ ସ୍ଥାନ ମିଳିଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe