ଗୁଗଲ୍ ପ୍ଲେ ଷ୍ଟୋର୍ରେ ଏମିତି ଅନେକ ଆପ୍ସ ରହିଛି ଯାହା ସାହାଯ୍ୟରେ ବ୍ୟବହାରକାରୀ ନିଜ ସ୍ମାର୍ଟ୍ଫୋନ୍ର ଫଟୋ, ଭିଡିଓ, ଅଡିଓ ଓ ଅନ୍ୟାନ୍ୟ ଫାଇଲ୍ ଲୁଚେଇ ପାରିବେ। କିନ୍ତୁ, ଏମିତି ଏକ ଆପ୍ ଅଛି ଯାହାର ବ୍ୟବହାର ସ୍ମାର୍ଟ୍ଫୋନ୍ ବ୍ୟବହାରକାରୀ କାହାକୁ ଫୋନ୍ କଲ୍ କଲେ ହୋଇଥାଏ। ଏହାର ଅର୍ଥ ହେଲା, କେହି ଜାଣିପାରିବେ ନାହିଁ କି ଆପଣ କୌଣସି ଆପ୍ ବ୍ୟବହାର କରୁଛନ୍ତି ମୋବାଇଲ୍ର ଡାଟା ଲୁଚେଇବା ପାଇଁ। ଏହି ଆପ୍ର ନାମ ହେଲା ‘ଡାଏଲର୍ ଭଲ୍ଟ’।
/sambad/media/post_attachments/wp-content/uploads/2018/01/Phone-Dialer_Slide_3.jpg)
ଆପ୍କୁ ପ୍ରଥମ ଥର ଖୋଲିଲେ କିଛି ମେସେଜ୍ ଆସିଥାଏ, ତା’କୁ ସ୍କିପ୍ କରି ଗ୍ରାଣ୍ଟ୍ ପର୍ମିସନ୍ରେ କ୍ଲିକ୍ କରନ୍ତୁ।
/sambad/media/post_attachments/wp-content/uploads/2018/01/Phone-Dialer_Slide_4.jpg)
ଏହା ପରେ କିଛି ମେସେଜ୍ ଆସିବ, ତା’କୁ ମଧ୍ୟ ଆଲାଉ (Allow) କରନ୍ତୁ, ଏବେ ଏକ ପ୍ରଶ୍ନ ଆସିବ।
/sambad/media/post_attachments/wp-content/uploads/2018/01/Phone-Dialer_Slide_5.jpg)
ପ୍ରଶ୍ନ ନିଜ ହିସାବରେ ବାଛିି ତା’ର ଉତ୍ତର ଦିଅନ୍ତୁ ଓ ଇନ୍ଷ୍ଟ୍ରକ୍ସନ୍ରେ ଓକେ OK କରନ୍ତୁ।
/sambad/media/post_attachments/wp-content/uploads/2018/01/Phone-Dialer_Slide_6.jpg)
ବର୍ତ୍ତମାନ ଡାଏଲର୍ରେ ଚାରି ନମ୍ବର ବିଶିଷ୍ଟ ପାସ୍ଓ୍ଵାର୍ଡ୍ ସିଲେକ୍ଟ୍ କରନ୍ତୁ। ଏହା ପରେ ସବୁଜ ରଙ୍ଗର ବଟନ୍ରେ କ୍ଲିକ୍ କରନ୍ତୁ।
/sambad/media/post_attachments/wp-content/uploads/2018/01/Phone-Dialer_Slide_7.jpg)
ଏବେ ପୁଣିଥରେ ପାସ୍ଓ୍ଵର୍ଡ୍କୁ ଏଣ୍ଟର୍ କରନ୍ତୁ ଓ ଇନ୍ଷ୍ଟ୍ରକ୍ସନ୍ରେ OK କରି ଆଗକୁ ବଢ଼ନ୍ତୁ।
/sambad/media/post_attachments/wp-content/uploads/2018/01/Phone-Dialer_Slide_8.jpg)
ଏବେ ଆପଣ ଯେଉଁସବୁ ଡାଟାକୁ ହାଇଡ୍ କରିବା ପାଇଁ ଚାହୁଁଛନ୍ତି ତା’କୁ ସିଲେକ୍ଟ୍ କରନ୍ତୁ। ଯେମିତିକି ଏଠାରେ କିଛି ଫଟୋ ସିଲେକ୍ଟ୍ କରଯାଇଛି।
/sambad/media/post_attachments/wp-content/uploads/2018/01/Phone-Dialer_Slide_9.jpg)
ଯେଉଁ ଫଟୋ ଆପଣ ସିଲେକ୍ଟ୍ କରିଛନ୍ତି, ତାହା ଗ୍ୟାଲେରିରୁ ହାଇଡ୍ ହୋଇଯିବ।
Follow Us