ମୋର୍ସ‌୍ କୋଡ୍‌ ଡେ

ମୋର୍ସ‌୍ କୋଡ୍‌ ଡେ

TimeAndDate.com

ପ୍ରତି ବର୍ଷ ଜାନୁଆରି ୧୧ରେ ପାଳନ କରାଯାଏ ‘ଲର୍ନ‌୍ ୟୋର୍‌ ନେମ୍‌ ଇନ୍‌ ମୋର୍ସ‌୍‌ କୋଡ୍‌ ଡେ’। କୌଣସି ବାକ୍ୟକୁ ସାଙ୍କେତିକ ଭାବେ ଅନୁବାଦ କରିବାର ବିଦ୍ୟା- ‘ମୋର୍ସ‌୍‌ କୋଡ୍‌’। ସାମୁଏଲ୍‌ ମୋର୍ସ‌୍‌, ଜୋସେଫ୍‌ ହେନ୍‌ରି ଓ ଆଲ୍‌ଫ୍ରେଡ୍‌ ଭେଲ୍‌ଙ୍କୁ ଏହି ପଦ୍ଧତିର ଉଦ୍ଭାବକର ମାନ୍ୟତା ଦିଆଯାଇଛି, ଯଦିଓ ପ୍ରାୟ ଏକ ସମୟରେ ଅନ୍ୟ କେତେକ ଦେଶରେ ମଧ୍ୟ ଏହା ବିକଶିତ ହୋଇଥିଲା। ୨୪ ମେ ୧୮୪୪ରେ ଏହି ଅଭିନବ ସାଙ୍କେତିକ ଅନୁବାଦ ଓ ବାର୍ତ୍ତା ପ୍ରେରଣ ବ୍ୟବସ୍ଥା ପ୍ରଥମ ଥର ପାଇଁ ଆମେରିକାରେ ପ୍ରଦର୍ଶିତ ହୋଇଥିଲା। ଟେଲିଗ୍ରାଫ୍‌ ମାଧ୍ୟମରେ ମୋର୍ସ‌୍ ୱାସିଂଟନ୍‌ ଡିସିରୁ ବାର୍ତ୍ତା ପଠାଇଥିଲେ। ମେରିଲାଣ୍ଡ୍‌ ଅନ୍ତର୍ଗତ ବଲ୍‌ଟିମୁରରେ ଉକ୍ତ ବାର୍ତ୍ତା ଗ୍ରହଣ କରିଥିଲେ ଭେଲ୍‌।

ଐତିହାସିକ ବାର୍ତ୍ତାଟି ଇଂରେଜୀରେ ଏହିପରି ଥିଲା: what hath God wrought! ବିକଶିତ ହେବା ପରେ ପରେ ଏହା ପ୍ରଥମେ ମାର୍କିନ୍‌ ସେନା ବାହିନୀରେ ବ୍ୟବହୃତ ହୋଇଥିଲା। ତାହା ପରେ ସର୍ବସାଧାରଣ ଯୋଗାଯୋଗ ବ୍ୟବସ୍ଥା ଭାବେ ଗୃହୀତ ହୋଇଥିଲା। ଆଜିକାଲି ମଧ୍ୟ କେତେକ କ୍ଷେତ୍ରରେ ଏହାର ପ୍ରଚଳନ ଚାଲିଛି। ଏହା ଏକ ଜରୁରିକାଳୀନ ବାର୍ତ୍ତା ପ୍ରେରଣ ବ୍ୟବସ୍ଥା ଏବ˚ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କାର୍ଯ୍ୟ କରିବାକୁ ସକ୍ଷମ। ତେଣୁ, ଏହାର ଉପଯୋଗିତା ସର୍ବଦା ରହି। ଏ ବାବଦରେ ସଚେତନତା ସୃଷ୍ଟି ଲାଗି ବ୍ରାଉନିଲକ୍‌ ନାମକ ବ୍ୟକ୍ତି ଏହି ଦିବସ ପାଳନ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe