ଶ୍ରୀଗଣେଶଙ୍କ ନିକଟରେ ତୁଳସୀ ଅର୍ପଣ କରାଯାଏ ନାହିଁ କାହିଁକି?

Advertisment
ଶ୍ରୀଗଣେଶଙ୍କ ନିକଟରେ ତୁଳସୀ ଅର୍ପଣ କରାଯାଏ ନାହିଁ କାହିଁକି?

photo-youtube

ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ। କିନ୍ତୁ ତୁଳସୀ ଭଗବାନ ଗଣେଶଙ୍କର ଅପ୍ରିୟ ।ତୁଳସୀ ଭଗବାନ ଗଣେଶଙ୍କର ଏତେ ଅପ୍ରିୟ ଯେ,ଭଗବାନ ଗଣେଶଙ୍କ ପୂଜାରେ ତୁଳସୀକୁ ପ୍ରୟୋଗ କରାଯିବାକୁ ପୂରାଣରେ ବାରଣ କରାଯାଇଛି।ତେବେ ଏପରି କାହିଁକି ହୋଇଥାଏ,ଆସନ୍ତୁ ଜାଣିବା!......

ପୌରାଣିକ କଥା ଅନୁସାରେ,ଭଗବାନ ଶ୍ରୀ ଗଣେଶ ଗଙ୍ଗାନଦୀ ତଟରେ ବସି ତପସ୍ୟା କରୁଥିଲେ। ସେହି ସମୟରେ କନ୍ୟା ତୁଳସୀ ବିବାହର ଇଚ୍ଛା ନେଇ ତୀର୍ଥଯାତ୍ରାରେ ପ୍ରସ୍ଥାନ କରିଥିଲେ।ଏଥିସହିତ ଦେବୀ ତୁଳସୀ ସମସ୍ତ ତୀର୍ଥସ୍ଥାନ ପରିଭ୍ରମଣ କରିଲାପରେ ଶେଷରେ ଆସି ଗଙ୍ଗା ନଦୀ କୂଳରେ ପହଞ୍ଚଲେ,ଯେଉଁଠାରେ କି ସେ ଯୁବା ଗଣେଶଙ୍କୁ ଦେଖିଲେ,ଯିଏକି ସେହ ିସମୟରେ ତପସ୍ୟାରେ ନିମଗ୍ନ୍ନ ଥିଲେ।ତେବେ ଶାସ୍ତ୍ର ଅନୁସାରେ ତପସ୍ୟରତ ଗଣେଶ ରତ୍ନଜଡ଼ିତ ସିଂହାସନ ଉପରେ ବିରାଜମାନ କରିଥିଲେ।ତାଙ୍କର ସମସ୍ତ ଅଙ୍ଗରେ ସୁଷୋଭିତ ଚନ୍ଦନର ଲେପ ହୋଇଥିଲା ଓ ସେ ଗଳାରେ ପୁଷ୍ପମାଳ ସହିତ ସ୍ୱର୍ଣ୍ଣମଣି ରତ୍ନର ଅନେକ ହାର ପିନ୍ଧିଥିଲେ।ଏଥିସହିତ ଭଗବାନ ଗଣେଶ ତାଙ୍କ ଅଣ୍ଟାରେ ଅତ୍ୟନ୍ତ କୋମଳ ରେଶମର ପିତାମ୍ବରକୁ ବି ଧାରଣ କରିଥିଲେ,ଯାହାକୁ ଦେଖି ତୁଳସୀ ଦେବୀ ଭଗବାନ ଗଣେଶଙ୍କ ରୂପରେ ଆକର୍ଷିତ ହେବା ସହିତ ତାଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ।ତେଣୁ ମାତା ତୁଳସୀ ଗଣେଶଙ୍କୁ ବିବାହର ଇଚ୍ଛା ରଖି ତାଙ୍କ ତପସ୍ୟାର ଭଗ୍ନ କରିଥିଲେ।

publive-image photo-ndtv

ପ୍ରଭୁ ଗଣେଶ କ୍ରୋଧିତ ହୋଇ ତୁଳସୀଙ୍କ ଦ୍ୱାରା ତାଙ୍କ ତପସ୍ୟା ଭଗ୍ନ ହେବାକୁ ନେଇ ତୁଳସୀଙ୍କୁ ଅଶୁଭ ବୋଲି କହିଲେ।ଏହା ସହିତ ପ୍ରଭୁ ଗଣେଶ ତୁଳସୀଙ୍କ ମନରେ ତାଙ୍କୁ ନେଇ ବିବାହ କରିବାର ଇଚ୍ଛାକୁ ଜାଣି,ସେ ନିଜକୁ ବ୍ରହ୍ମଚାରୀ କହିବା ସହିତ ତୁଳସୀଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଲେ।ତେବେ ଭଗବାନ ଗଣେଶଙ୍କର ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ଯୋଗୁଁ ଦେବୀ ତୁଳସୀ ଅତ୍ୟନ୍ତ ଦୁଃଖୀ ହୋଇଗଲେ ଏବଂ କ୍ରୋଧରେ ସେ ଗଣେଶଙ୍କୁ ଦୁଇଟି ପତ୍ନୀଙ୍କୁ ବିବାହ କରିବାର ଅଭିଶାପ ଦେଲେ! ତେବେ ଏହାପରେ ପ୍ରଭୁ ଶ୍ରୀ ଗଣେଶ ମଧ୍ୟ ତୁଳସୀଙ୍କୁ ଏକ ରାକ୍ଷସ ସହିତ ବିବାହ କରିବାର ଅଭିଶାପ ଦେଲେ।

ତେବେ ଏକ ରାକ୍ଷସର ପତ୍ନୀ ହେବାର କଥାକୁ ଶୁଣି ଦେବୀ ତୁଳସୀ ଭଗବାନ ଶ୍ରୀ ଗଣେଶଙ୍କୁ କ୍ଷମା ପ୍ରାର୍ଥନା କରିଲେ,ଯାହାର ଉତ୍ତରରେ ଭଗବାନ ଗଣେଶ ମାତା ତୁଳସୀଙ୍କର ବିବାହ ଶଙ୍ଖଚୂଡ଼ ରାକ୍ଷସ ସହିତ ହେବାକୁ କହିବା ସହ ସେ ଏକ ବୃକ୍ଷର ରୂପ ଧାରଣ କରି ଭଗବାନ ଶ୍ରୀ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କ ପ୍ରିୟା ହୋଇ ସମସ୍ତ ସଂସାରକୁ ଜୀବନ ଓ ମୋକ୍ଷ ଦେବେ ବୋଲି ଆଶୀର୍ବାଦ ପ୍ରଦାନ କଲେ।ହେଲେ କେବେ ବି ଭଗବାନ ଶ୍ରୀ ଗଣେଶଙ୍କ ନିକଟରେ ତୁଳସୀ ଅର୍ପଣ କରାଯିବ ନାହିଁ ବୋଲି ସେ କହିଥିଲେ।କାରଣ ତୁଳସୀଙ୍କୁ ପ୍ରଭୁ ଗଣେଶ ତାଙ୍କ ପାଇଁ ଅଶୁଭ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe