ସ୍ୱର୍ଣ୍ଣ ପଦକ ବିଜୟୀନି ୧୦୧ ବର୍ଷୀୟ ଭାରତୀୟ ମହିଳାଙ୍କୁ ମିଳିଲାନି ଚୀନ ଭିସା

ସ୍ୱର୍ଣ୍ଣ ପଦକ ବିଜୟୀନି ୧୦୧ ବର୍ଷୀୟ ଭାରତୀୟ ମହିଳାଙ୍କୁ ମିଳିଲାନି ଚୀନ ଭିସା

ନୂଆଦିଲ୍ଲୀ: ୧୦୧ ବର୍ଷୀୟା ଭାରତୀୟ ମହିଳା ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ, ଚୀନ ତାଙ୍କୁ ଭିସା ପ୍ରଦାନ କରିନାହିଁ। ଚୀନରେ ହେଉଥିବା ଆସିଆନ୍‌ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିୟନ୍‌ସିପ୍ସରେ ସେ ଯୋଗ ଦେବାକୁ ଚାହିଁଥିବା ବେଳେ ତାଙ୍କୁ ଭିସା ପ୍ରଦାନ କରା ଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ବିସ୍ମୟକାରୀ ମହିଳା ଜଣକ ହେଉଛନ୍ତି ଚଣ୍ଡୀଗଡ଼ର ମ୍ୟାନ୍‌ କୌର୍‌। ସେ ଗତ ଏପ୍ରିଲ୍‌ରେ ଓକ୍‌ଲାଣ୍ଡ୍‌ରେ ହେଉଥିବା ଓ୍ଵାର୍ଲଡ ମାଷ୍ଟର୍‌ ଜେମ୍‌ସରେ ୧୦୦ ମିଟର୍‌ର ଦୌଡ଼ରେ ସ୍ୱର୍ଣ୍ଣ ଜିତିଥିଲେ।

ତାଙ୍କୁ ଭିସା ନମିଳିବାରୁ ସେ ବହୁ ଦୁଃଖି ଅଛନ୍ତି ବୋଲି ଗଣମାଧ୍ୟମରେ ଜଣାଇଛନ୍ତି। କାହିଁକି ନା ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ ଦୀର୍ଘ ଦିନ ହେବ ପଞ୍ଜାବରେ ପ୍ରଶିକ୍ଷଣ ନେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe