ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସକୁ ୧୧୦ ରନ୍‌ରେ ଅଟକାଇଲା ମୁମ୍ବାଇ ଇଣ୍ଡିଆନ୍ସ

Advertisment
ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସକୁ ୧୧୦ ରନ୍‌ରେ ଅଟକାଇଲା ମୁମ୍ବାଇ ଇଣ୍ଡିଆନ୍ସ

Photo: IPL Twitter

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୩ର ୫୧ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଦିଲ୍ଲୀକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଖେଳୁଥିବା ଦିଲ୍ଲୀ ଟିମ୍‌ ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୧୧୦ ରନ୍‌ କରିଛି। ଫଳରେ ମୁମ୍ବାଇକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୧୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଦିଲ୍ଲୀକୁ ଆଜି ଆରମ୍ଭରୁ ହିଁ ଝଟକା ଲାଗିଥିଲା। ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ଶିଖର ଧଓ୍ଵନ କୌଣସି ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଦଳ ମାତ୍ର ୧ ରନ୍‌ରେ ଧଓ୍ଵନଙ୍କୁ ହରାଇଥିବା ବେଳେ ୧୫ ରନ୍‌ରେ ଆଉଟ୍‌ ହୋଇଥିଲେ ପୃଥ୍ଵୀ ସ। ପୃଥ୍ଵୀ ବ୍ୟକ୍ତିଗତ ଭାବେ ୧୦ ରନ୍‌ ଯୋଡ଼ିଥିଲେ।

publive-image Photo: IPL Twitter

ଅଧିନାୟକ ଶ୍ରେୟସ ଆୟର (୨୫ ରନ୍‌, ୨୯ ବଲ, ୧ ଚୌକା, ୧ ଛକା) ଓ ଋଷଭ ପନ୍ତ (୨୧ ରନ୍‌, ୨୪ ବଲ, ୨ ଚୌକା) ତୃତୀୟ ଓ୍ଵିକେଟ ପାଇଁ ୩୫ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଦିଲ୍ଲୀର ଅନ୍ୟତମ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ସିମରନ୍‌ ହେଟମେୟର ୧୧ ରନ୍‌, ରବିଚନ୍ଦ୍ରନ ଅଶ୍ୱିନ ୧୨ ରନ୍‌ ଓ କାଗିସୋ ରାବାଡା ୧୨ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟ ବ୍ୟାଟ୍‌ସମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ତେବେ ମୁମ୍ବାଇ ଇଣ୍ଡିଆନ୍ସର ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମରା ୩-୩ ଟି ଓ୍ଵିକେଟ୍‌ ନେଇଥିବା ବେଳେ ନାଥାନ କଲଟର ନାଇଲ ଓ ରାହୁଲ ଚହରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe