ଆଇପିଏଲ୍‌: ଯୁବି-ଗେଲ-ଓ୍ଵାଟସନ୍‌ଙ୍କ ସମେତ ୧୧୨୨ ଖେଳାଳି ନିଲାମୀ ପାଇଁ କଲେ ପଞ୍ଜିକରଣ

Advertisment

ଜାନୁଆରୀ ୨୭ରୁ ନିଲାମୀ, ଏପ୍ରିଲ ୪ ରୁ ଆଇପିଏଲ୍‌ର ୧୧ତମ ସଂସ୍କରଣ ଆରମ୍ଭ

ଜାନୁଆରୀ ୨୭ରୁ ନିଲାମୀ, ଏପ୍ରିଲ ୪ ରୁ ଆଇପିଏଲ୍‌ର ୧୧ତମ ସଂସ୍କରଣ ଆରମ୍ଭ

ଆଇପିଏଲ୍‌: ଯୁବି-ଗେଲ-ଓ୍ଵାଟସନ୍‌ଙ୍କ ସମେତ ୧୧୨୨ ଖେଳାଳି ନିଲାମୀ ପାଇଁ କଲେ ପଞ୍ଜିକରଣ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣ ପାଇଁ ଭାରତର ଯୁବରାଜ ସିଂହ, େଓ୍ଵଷ୍ଟଣ୍ଡିଜ୍‌ର କ୍ରିସ୍‌ ଗେଲ ଓ ଅଷ୍ଟ୍ରେଲିଆର ସେନ୍‌ ଓ୍ଵାଟସନ୍‌ଙ୍କ ସମେତ ସମୁଦାୟ ୧୧୨୨ଜଣ ଖେଳାଳି ନିଲାମୀ ପାଇଁ ସେମାନଙ୍କର ନାମ ପଞ୍ଜିକରଣ କରିଛନ୍ତି। ଆଗାମୀ ଏପ୍ରିଲ ୪ରୁ ଆରମ୍ଭ ହୋଇ ମେ ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଆଇପିଏଲ୍‌ ପାଇଁ ଜାନୁଆରୀ ୨୭ ଓ ୨୮ରେ ବେଙ୍ଗାଲୁରୁରେ ହେବ। ଏହି ତାଲିକା ଆଇପିଏଲ୍‌ର ସମସ୍ତ ୮ଟି ଟିମ୍‌କୁ ପଠାଇ ଦିଆଯାଇଛି, ଏଥିରେ ୨୮୧ ଜଣ ଖେଳାଳି ଅଛନ୍ତି ଯେଉଁମାନେ କି ଭାରତ ପାଇଁ ଖେଳି ସାରିଛନ୍ତି। ତାଲିକାରେ ଥିବା ୮୩୮ ଜଣ ପ୍ରଥମ ଥର ପାଇଁ ଆଇପିଏଲ୍‌ ଖେଳିବେ। ଏଥିରେ ୭୭୮ ଜଣ ଭାରତୀୟ ଓ ୩ଟି ସହଯୋଗୀ ଦେଶର ଖେଳାଳି ଅଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୮୨ଜଣ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୫୮ ଜଣ ଅଷ୍ଟ୍ରେଲିଆ, ୫୭ ଜଣ ଦକ୍ଷିଣ ଆଫ୍ରିକା, ୩୯ଜଣ ଶ୍ରୀଲଙ୍କା ଓ େଓ୍ଵଷ୍ଟଇଣ୍ଡିଜ୍‌, ୩୦ଜଣ ନ୍ୟୁଜିଲାଣ୍ଡ ଓ ୨୬ ଜଣ ହେଉଛନ୍ତି ଇଂଲଣ୍ଡର ଖେଳାଳି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ଗ୍ଲେନ ମ୍ୟାକ୍ସେଓ୍ଵଲ, କ୍ରିସ ଲିନ୍‌, ଜୋଏ ରୁଟ, ବେନ୍‌ ଷ୍ଟୋକ୍‌, ଇୟାନ ମୋର୍ଗାନ, ମିସେଲ ଷ୍ଟାର୍କ ଓ ପ୍ୟାଟ୍‌ କୁମ୍ବିନ୍‌ ରହିବେ।

publive-image

ସେହିଭଳି େଓ୍ଵଷ୍ଟଣ୍ଡିଜ୍‌ ଖେଳାଳିଙ୍କ ମଧ୍ୟରେ ଡେ୍ଵନ୍‌ ବ୍ରାଭୋ, କାର୍ଲୋସ ବ୍ରେଥେଓ୍ଵଟ୍‌, ଏଭିନ୍‌ ଲୁଇସ ଓ ଜେସନ ହୋଲଡର୍‌ ସାମିଲ ଅଛନ୍ତି। ଦକ୍ଷିଣ ଆଫ୍ରିକାରୁ ହାସିମ ଆମଲା, ଫାଫ୍‌ ଡୁ ପ୍ଲେସିସ, କ୍ୱିଟନ୍‌ ଡି କକ୍‌, ଡେଭିଡ଼ ମିଲର, ମୋର୍ଣ୍ଣ ମର୍କେଲ ଓ କେଗିସୋ ରାବଡ଼ା ଖେଳିବେ।

ନ୍ୟୁଜିଲାଣ୍ଡର କେନ୍‌ ଓ୍ଵିଲିୟମସନ୍‌, କୋଲିନ ମୁନରୋ, ଟମ୍‌ ଲାଥମ୍‌ ମଧ୍ୟ ନିଲାମୀ ପ୍ରକ୍ରିୟାରେ ଭାଗ ନେବେ। ଆଫଗାନିସ୍ତାନର ୧୩ ଜଣ, ବାଂଲାଦେଶର ୮ଜଣ, ଆୟାରଲାଣ୍ଡର ୨ଜଣ, ଜିମ୍ବାେଓ୍ଵର ୭ଜଣ ଓ ଆମେରିକାର ୨ଜଣ ଖେଳାଳି ମଧ୍ୟ ଆଇପିଏଲ ନିଲାମୀରେ ଭାଗ ନେବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe