କରୋନା ଭୂତାଣୁ ମହାମାରୀକୁ ଦମନ କରିବା ପାଇଁ ଗୃହାବଦ୍ଧ ରହିବାକୁ ସଚିନ୍‌ଙ୍କ ଆହ୍ବାନ

Advertisment
୪୦୦୦ ଅଭାବୀଙ୍କୁ ସଚିନଙ୍କ ଆର୍ଥିକ ସହାୟତା

Hindustan Times

ମୁମ୍ବାଇ : ସାଂପ୍ରତିକ କରୋନା ଭୂତାଣୁ ମହାମାରୀକୁ ଦମନ କରିବା ପାଇଁ ଦେଶବ୍ୟା‌ପୀ ଲକ୍‌ଡାଉନ୍‌ (ଗୃହାବଦ୍ଧ) ପରିପ୍ରେକ୍ଷୀରେ କ୍ରିକେଟ୍‌ କିଂବଦନ୍ତି ସଚିନ୍‌ ତେନ୍ଦୁଲକର ଭାରତବାସୀଙ୍କୁ ଘରେ ଆବଦ୍ଧରେ ରହିବାକୁ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨୧ ଦିନ ପାଇଁ ଭାରତ ବନ୍ଦ ଆହ୍ବାନ ଦେଇଥିବାରୁ ଏହାକୁ ମାନି ଚଳିବା ଆମ ସମସ୍ତଙ୍କ ପାଇଁ ନିରାପଦ ହେବ। ଏଭଳି ପଦକ୍ଷେପ କଠୋର ହେଲେ ମଧ୍ୟ କରୋନାରୁ ରକ୍ଷା ପାଇବା ପାଇଁ ଏପରିକି ଏହାର ବ୍ୟାପକତାକୁ ରୋକିବା ଦିଗରେ ଏହାଠୁ ଅନ୍ୟ ବିକଳ୍ପ କିଛି ହୋଇନପାରେ ବୋଲି ସଚିନ୍‌ କହିଛନ୍ତି। ଗୃହାବଦ୍ଧକୁ ଉଲଂଘନ କଲେ ବ୍ୟାପକ ଧନଜୀବନ ହାନି ହେବାର ସମ୍ଭାବନାକୁ ଅସ୍ବୀକାର କରାଯାଇନପାରେ। ତେଣୁ ସ୍ଥିର ଶୃଙ୍ଖଳା ଓ ପ୍ରତିଶୃତିବଦ୍ଧତା ହିଁ ଏବର କଠିନ ସମୟର ଆବଶ୍ୟକତା ବୋଲି ବୋଲି ସଚିନ୍‌ ଟ୍ବିଟର ଜରିଆରେ ବାର୍ତା ଦେଇଛନ୍ତି। ଫଳରେ ଘରେ ରୁହ, ୨୧ ଦିନ ନିରାପଦରେ କଟାଅ ବୋଲି ସଚିନ୍ ନିବେଦନ କରିଛନ୍ତି।

ଏହା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ଅଧିକାଂଶ କ୍ରିକେଟର୍‌ ମଧ୍ୟ କରୋନା ଆତଙ୍କରୁ ବର୍ତିବା ପାଇଁ ଦେଶବାସୀଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe