ପ୍ରଥମ ଟ୍ବେଣ୍ଟି-୨୦: ଶେଷ ବଲ୍‌ରେ ବିଜୟ, ଅଷ୍ଟ୍ରେଲିଆକୁ ୨ ରନ୍‌ରେ ହରାଇଲା ଇଂଲଣ୍ଡ

Advertisment
ପ୍ରଥମ ଟ୍ବେଣ୍ଟି-୨୦: ଶେଷ ବଲ୍‌ରେ ବିଜୟ, ଅଷ୍ଟ୍ରେଲିଆକୁ ୨ ରନ୍‌ରେ ହରାଇଲା ଇଂଲଣ୍ଡ

Eagles Vine

ସାଉଥାମ୍ପଟନ୍ : ଟି-୨୦ରେ ଅଷ୍ଟ୍ରେଲିଆର ବିଜୟ ଧାରା ଶୁକ୍ରବାର ଅଟକିଯାଇଛି। ଇଂଲଣ୍ଡ ଗସ୍ତର ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଦଳ ଶେଷ ବଲ୍‌ରେ ହାରିଯାଇଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆକୁ ରୋମାଞ୍ଚକ ଭାବେ ୨ ରନ୍‌ରେ ହରାଇ ଇଂଲଣ୍ଡ ମଧ୍ୟ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଆକର୍ଷଣୀୟ ଅର୍ଧଶତକ ହାସଲ କରିଥିବା ଘରୋଇ ଦଳର ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ଦାୱିଦ୍‌ ମଲାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବ‌ିବେଚିତ ହୋଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୭ ୱିକେଟ୍‌ ବିନିମୟରେ ୧୬୨ ରନ୍ କରିଥିଲା। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଜୋସ୍ ବଟ୍ଟଲର୍ (୪୪, ୨୯ ବଲ୍‌, ୫ ଚୌକା, ୨ ଛକା) ଭଲ ଖେଳିଥିଲେ ମଧ୍ୟ ସାଥୀ ଜନି ବେୟାରଷ୍ଟୋ (୮) ବିଫଳ ହୋଇଥିଲେ। କିନ୍ତୁ ଦାୱିଦ୍ ମଲାନ୍ (୬୬, ୪୩ ବଲ୍‌, ୫ ଚୌକା, ୩ ଛକା)ଙ୍କୁ କେହି ସାଥୀ ଦେଇନଥିଲେ ମଧ୍ୟ ସେ ଏକାକି ଦଳକୁ ସମ୍ମାନଜନକ ସ୍କୋର୍‌ ପ୍ରଦାନ କରିଥିଲେ। ଅଧିନାୟକ ଇଅନ୍ ମୋର୍ଗାନ୍ (୫), ଟମ୍ ବଂଣ୍ଟନ୍‌ (୮)‌, ମୋଇନ୍ ଅଲୀ (୨), ଟମ୍ କରନ୍ (୬) ବିଫଳ ହୋଇଥିଲେ। କେନ୍ ରିଚାର୍ଡସନ୍ (୩-୦-୧୩-୨) ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ (୩-୦-୧୪-୨) ପ୍ରମୁଖ ମିତ୍ତବ୍ୟୟୀ ବୋଲିଂ କରି ଇଂଲଣ୍ଡକୁ ବଡ଼ ସ୍କୋର୍‌ରୁ ରୋକିଥିଲେ।

ଜବାବରେ ଅଷ୍ଟ୍ରେଲିଆ ପାଇଁ ଡେଭିଡ୍‌ ୱାର୍ନର (୫୮, ୪୭ ବଲ୍‌, ୪ ଚୌକା) ଏବଂ ଆରୋନ୍ ଫିଞ୍ଚ୍ (୪୬, ୩୨ ବଲ୍‌, ୭ ଚୌକା, ୧ ଛକା) ପ୍ରଥମ ୱିକେଟ୍ ପାଇଁ ୧୧ ଓଭରରେ ୯୮ ରନ୍ ଉଠାଇଥିଲେ। ଫିଞ୍ଚଙ୍କ ୱିକେଟ୍ ନେଇ ଆର୍ଚର ଏହି ଭାଗୀଦାରିକୁ ଭାଙ୍ଗିବା ମାତ୍ରେ ଇଂଲଣ୍ଡ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ମଧ୍ୟକ୍ରମରେ ୯ ରନ୍ ଭିତରେ ଅଷ୍ଟ୍ରେଲିଆ ଷ୍ଟିଭେନ୍ ସ୍ମିଥ୍ (୧୮), ଗ୍ଲେନ୍ ମ୍ୟାକ୍ସୱେଲ୍ (୧), ଡେଭିଡ୍ ୱାର୍ନର (୫୮) ଏବଂ ଆଲେକ୍ସ କ୍ୟାରି (୧)ଙ୍କୁ ହରାଇବାରୁ ଚାପରେ ପଡ଼ିଥିଲା। ଶେଷ ଓଭରରୁ ଦଳକୁ ୧୫ ରନ୍ ଆବଶ୍ୟକ ଥିବାବେଳେ ମାର୍କସ ଷ୍ଟୋଇନିସ୍ ପ୍ରତିପକ୍ଷ ଟମ୍ କରନ୍‌ଙ୍କଠାରୁ ୧୨ ରନ୍ ଆଦାୟ କରିପାରିଥିଲେ। ଶେଷ ବଲ୍‌ରୁ ଟାଇ ପାଇଁ ଚୌକା କିମ୍ବା ବିଜୟ ପାଇଁ ଛକା ଆବଶ୍ୟକ ଥିବାବେଳେ ଷ୍ଟୋଇନିସ୍‌ ୨ ରନ୍ ନେଇପାରିଥିଲେ। ତେବେ ଅଷ୍ଟ୍ରେଲୀୟ ସ୍ପିନର ଆଦାମ୍‌ ଜାମ୍ପା ତାଙ୍କ ଶେଷ ଓଭରରେ ବ୍ୟୟ କରିଥିବା ୨୨ ରନ୍‌ ହିଁ ମ୍ୟାଚ୍‌ ଫଳାଫଳରେ ଫରକ ପକାଇଥିଲା। ସେହି ଓଭରରେ ଜାମ୍ପାଙ୍କୁ ମଲାନ୍‌ ନିସ୍ତୁ୍କ ପ୍ରହାର କରି ଇଂଲଣ୍ଡ ସ୍କୋର୍‌ ୧୫୦ ଟପାଇ ଦେଇଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୨୦ ଓଭରରେ ୧୬୨/୭ (‌ଦାୱିଦ୍‌ ମଲାନ-୬୬, ଜୋସ୍ ବଟ୍ଟଲର-୪୪, କେନ୍ ରିଚାର୍ଡସନ୍-୨/୧୩, ଗ୍ଲେନ୍ ମ୍ୟାକ୍ସୱେଲ-୨/୧୪, ଅଷ୍ଟନ୍ ଆଗର-୨/୩୨, ପ୍ୟାଟ୍ କମିନ୍ସ-୧/୨୪)। ଅଷ୍ଟ୍ରେଲିଆ ୨୦ ଓଭରରେ ୧୬୦/୬ (ଡେଭିଡ୍‌ ୱାର୍ନର-୫୮, ଆରୋନ୍‌ ଫିଞ୍ଚ୍‌-୪୬, ମାର୍କସ ଷ୍ଟୋଇନିସ୍-୨୩*, ଆଦିଲ ରସିଦ୍-୨/୨୯, ଜୋର୍ଫା ଆର୍ଚର-୨/୩୩, ମାର୍କ ଉଡ୍‌-୧/୩୧)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe