୧୨ ଜଣଙ୍କୁ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ

Advertisment
୧୨ ଜଣଙ୍କୁ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ

ଭୁବନେଶ୍ବର : ସମ୍ବାଦଭିତ୍ତିକ ପତ୍ରିକା ଦୂରଦର୍ଶୀ ପକ୍ଷରୁ ଶୁକ୍ରବାର ଦୂରଦର୍ଶୀ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଛି। ବିଶିଷ୍ଟ ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀ, କ୍ରିକେଟ୍‌ ପ୍ରଶିକ୍ଷକ କ୍ଷୀରୋଦ ବେହେରା, ମହିଳା କ୍ରିକେଟର୍‌ ସୁଶ୍ରୀ ଦିବ୍ୟଦର୍ଶିନୀ, ରଗ୍‌ବି ତାରକା ସୁମିତ୍ରା ନାୟକ, ମାଉଣ୍ଟେନ୍‌ ହକି ଖେଳାଳି ଶୁଭ୍ରଜିତ ପ୍ରଧାନ, ‌ଭାରୋତ୍ତୋଳକ ପୁନିତ ଚନ୍ଦ୍ର ସାହୁ, କ୍ରୀଡ଼ା ସଂଗଠକ ଓ ପ୍ରୋତ୍ସାହକ ସୌର୍ଯ୍ୟରଂଜନ ପରିଜା, କ୍ରୀଡ଼ା ସାମ୍ବାଦିକ ତପନ ସ୍ବାଇଁ, ପ୍ରତାପ ପ୍ରଧାନ, ଦେବାଶିଷ ସୁନ୍ଦରାୟ, ସମୀର ରାଉତ, ଦେବୀ ପା‌ଣିଗ୍ରାହୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଦୂରଦର୍ଶୀ ପତ୍ରିକାର ସମ୍ପାଦକ ଦୁର୍ଗାପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ଭାରତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତ ପଣ୍ଡା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ ପ୍ରମୁଖ‌ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe