ମେଲବୋର୍ଣ୍ଣ : ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମସିସି)ଠାରେ ଶୁକ୍ରବାର ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚ (India vs Australia) ରେ ଭାରତ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୨୫ ରନରେ ଅଲଆଉଟ୍ ହୋଇଯାଇଛି । ଫଳରେ ଅଷ୍ଟ୍ରେଲିଆ ଆଗରେ ୧୨୬ ରନର ଲକ୍ଷ୍ୟ ରହିଛି । 

Advertisment

ଆହୁରି ପଢନ୍ତୁ : IND vs AUS LIVE: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ, ବ୍ୟାଟିଂ କରିବ ଭାରତ

ଏହି  ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏକ ଭଲ ଆରମ୍ଭ କରିଥିବା ସତ୍ତ୍ବେ ୨୦ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା । ଶୁବମନ ମାତ୍ର ୫ ରନ କରି ହେଜେଲଉଡଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ଚାଲିଥିଲା । ଅଭିଷେକ ଶର୍ମା ଓ ହର୍ଷିତ ରାଣାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାୂଟ୍ସମ୍ୟାନ ଦୁଇ ଅଂକ ଛୁଇଁପାରିନଥିଲେ । ଅଭିଷେକ ୬୮ ରନ କରିଥିବାବେଳେ ରାଣା ୩୫ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହେଜେଲଉଡ୍ ୩ଟି ଓ୍ବିକେଟ ନେଇଥିବାବେଳେ ଜାଭିଏର ବାର୍ଟଲେଟ ଓ ନାଥନ ଏଲିସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସୂଚନାଯୋଗ୍ୟ ଯେ ଏହି ସିରିଜର ପ୍ରଥମ ମ୍ୟାଚଟି ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । 

ଆହୁରି ପଢ଼ନ୍ତୁ: Jemimah Rodrigues Got Emotional: ପ୍ରତିଶୋଧମୂଳକ ବିଜୟ ପରେ ବାପାଙ୍କୁ ଧରି କାନ୍ଦିଲେ ଜେମିମା, ଭାଇରାଲ ହେଲା ଭିଡିଓ