ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ର ଅଷ୍ଟାଦଶ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଶନିବାର ରାଜସ୍ଥାନ ରୟାଲ୍ସକୁ ୧୩୪ ରନ୍ର ବିଜୟ ଲକ୍ଷ ଦେଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରଦମ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ରାଜସ୍ଥାନ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଥିଲା। ରାଜସ୍ଥାନର ଦମଦାର ବୋଲିଂ କାରଣରୁ କୋଲକାତା ଟିମ୍ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୩୩ ରନ୍ କରିଥିଲା।
କୋଲକାତା ନାଇଟ୍ ରାଇଡର୍ସ ପାଇଁ ଇନିଂସ ଆରମ୍ଭ କରିଥିଲେ ନୀତିଶ ରାଣା ଓ ଶୁଭମାନ ଗିଲ। ଦଳୀୟ ସ୍କୋର ୨୪ ରନ୍ରେ ଇଅନ୍ ମୋର୍ଗାନଙ୍କ ନେତୃତ୍ବରେ ଖେଳୁଥିବା କୋଲକାତା ଟିମ୍ ପ୍ରଥମ ୱିକେଟ୍ ଭାବରେ ଶୁଭମାନ୍ (୧୧ ରନ୍)ଙ୍କୁ ହରାଇଥିଲା। ନୀତିଶ ୨୫ଟି ବଲ ଖେଳି ୨୨ ରନ୍ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। କୋଲକାତା ପାଇଁ ରାହୁଲ ତ୍ରିପାଠୀ ସର୍ବାଧିକ ୩୬ ରନ୍ ସଂଗ୍ରହ କରିଥିଲେ। ସେ ୨୬ଟି ବଲ ଖେଳି ଗୋଟିଏ ଚୌକା ଏବଂ ୨ଟି ଛକା ମାରିଥିଲେ। ଦିନେଶ କାର୍ତ୍ତି ୨୪ଟି ବଲ ଖେଳି ୨୫ ରନ୍ କରିଥିଲେ। ଏଥିରେ ୪ଟି ଚୌକା ସାମିଲ ଥିଲା। ଇଅନ୍ ମୋର୍ଗାନ କୌଣସି ବଲ୍ ସମ୍ମୁଖୀନ ନ ହୋଇ ରନ୍ ଆଉଟ୍ ହୋଇ ପାଭଲିଅନକୁ ଫେରିଥିଲେ।
ରାଜସ୍ଥାନ ରୟାଲ୍ସ ପାଇଁ କ୍ରିସ ମୋରିସ ଆଜି ଭଲ ବୋଲିଂ କରିଥିଲେ। ସେ ୪ ଓଭର ବୋଲିଂ କରି ୨୩ ରନ୍ ଖର୍ଚ୍ଚ କରିଥିଲେ। ଜବାବରେ ମୋରିସ ୪ଟି ୱିକେଟ ନେଇଥିଲେ। ଜୟଦେବ ଉନାଦକଟ, ଚେତନ ସାକାରିଆ ଓ ମୁସ୍ତାଫିଜୁର ରହମାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Follow Us