ଆଇପିଏଲ୍‌ ଏଲିମିନେଟର: କୋଲକାତା ଆଗରେ ୧୩୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

Advertisment

ସୁନିଲ ନରିନ୍‌ଙ୍କୁ ମିଳିଲା ୪ଟି ଓ୍ଵିକେଟ୍‌

ସୁନିଲ ନରିନ୍‌ଙ୍କୁ ମିଳିଲା ୪ଟି ଓ୍ଵିକେଟ୍‌

ଆଇପିଏଲ୍‌ ଏଲିମିନେଟର: କୋଲକାତା ଆଗରେ ୧୩୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

Photo: IPL Twitter

ସାର୍‌ଜା: ଆଇପିଏଲ୍‌-୨୦୨୧ର ପ୍ଲେ ଅଫ୍‌ ପର୍ଯ୍ୟାୟର ଏଲିମିନେଟର ମୁକାବିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ମଧ୍ୟରେ ହୋଇଛି। ସାର୍‌ଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କୋଲକାତା ଟିମ୍‌ କୋହଲିଙ୍କ ଟିମ୍‌କୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନାହିଁ। ବାଙ୍ଗାଲୋର ୨୦ ଓଭରରେ ୭ଟି ଓ୍ଵିକେଟ ହରାଇ ୧୩୮ ରନ୍‌ ସଂଗ୍ରହ କରିଛି। ଫଳରେ କୋଲାକାତା ନାଇଟ ରାଇଡର୍ସକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୩୯ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।

ବାଙ୍ଗାଲୋରର ପାଳି ଆରମ୍ଭ କରିଥିଲେ ଦେବଦତ୍ତ ପଡ଼ିକଲ ଓ ଅଧିନାୟକ ବିରାଟ କୋହଲି। ଦେବଦତ୍ତ ୧୮ଟି ବଲ ଖେଳି ୨ଟି ଚୌକା ସହାୟତାରେ ୨୧ ରନ୍‌ ସଂଗ୍ରହ କରିଥିଲେ। କୋହଲି ୩୩ଟି ବଲ୍‌ର ସାମ୍ନା କରି ୫ଟି ଚୌକା ସହାୟତାରେ ୩୯ ରନ୍‌ ସଂଗ୍ରହ କରିଥିଲେ। ଉଭୟ ଓପନର ଯୋଡ଼ି ପ୍ରଥମ ଓ୍ଵିକେଟରେ ୪୯ ରନ୍‌ ସଂଗ୍ରହ କରିଥିଲେ।

publive-image Photo: IPL Twitter

ତେବେ ଦେବଦତ୍ତ ଆଉଟ୍‌ ହୋଇଯିବା ପରେ ଶ୍ରୀକର ଭରତ ପଡ଼ିଆକୁ ପ୍ରବେଶ କରିଥିଲେ। ସେ ୧୬ଟି ବଲ ଖେଳି ଦଳପାଇଁ ମାତ୍ର ୯ ରନ୍‌ ଯୋଗଦାନ ଦେଇଥିଲେ। ବାଙ୍ଗାଲୋର ୨ୟ ଓ୍ଵିକେଟ୍‌ ଭାବେ ୬୯ ରନ୍‌ରେ ଶ୍ରୀକର ଭରତଙ୍କୁ ହରାଇଥିଲା। କୋଲକାତା ଟିମ୍‌ର ୩ୟ ଶିକାର ହୋଇଥିଲେ କୋହଲି। ବାଙ୍ଗାଲୋର ୮୮ ରନ୍‌ ବେଳକୁ ଦଳର ଆଗଧାଡ଼ିର ୩ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା।

ବାଙ୍ଗାଲୋର ଟିମ୍‌ର ମଧ୍ୟକ୍ରମର ଖେଳାଳିମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏହି କ୍ରମରେ କୌଣସି ଖେଳାଳି ୧୫ରୁ ଅଧିକ ରନ୍‌ ସଂଗ୍ରହ କରିପାରି ନଥିଲେ। ଗ୍ଲେନ୍‌ ମ୍ୟାକ୍ସେେଓ୍ଵଲ୍‌ ୧୫ ରନ୍‌, ଏବି ଡିଭିଲିୟର୍ସ ୧୧ ରନ୍‌, ଶାହାବାଜ୍‌ ଅହମଦ ୧୩ ରନ୍‌, ଡାନ୍‌ କ୍ରିଷ୍ଟିଆନ୍‌ ୯ ରନ୍‌ ଓ ହର୍ଷ ପଟେଲ ୮ ରନ୍‌ କରିଥିଲେ।

କୋଲକାତା ପକ୍ଷରୁ ସୁନିଲ ନରିନ୍‌ ସର୍ବାଧିକ ୪ଟି ଓ୍ଵିକେଟ୍‌ ନେଇଥିଲେ। ଲୋକି ଫର୍ଗୁସନଙ୍କୁ ୨ଟି ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe