ଇନ୍ଦୋର ଟି-୨୦: ଭାରତକୁ ୧୪୩ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା, ଶାର୍ଦ୍ଦୁଲ ଠାକୁର ନେଲେ ୩ ଓ୍ଵିକେଟ୍‌, ଟିମ୍‌ ଇଣ୍ଡିଆର ବ୍ୟାଟିଂ ଜାରି

Advertisment
ପୁଣେ ଟି-୨୦: ଶ୍ରୀଲଙ୍କାକୁ ୨୦୨ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ, ରାହୁଲ-ଧାଓ୍ଵନଙ୍କ ଅର୍ଦ୍ଧଶତକ

Photo: Hindustan Times

ଇନ୍ଦୋର: ଭାରତୀୟ ବୋଲରମାନେ ଶ୍ରୀଲଙ୍କା ବିପକ୍ଷରେ ଆଜି ଦମଦାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଫଳରେ ଶ୍ରୀଲଙ୍କା ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦  ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୯ଟି ଓ୍ଵିକେଟ୍‌ରେ ୧୪୨ ରନ୍‌ରୁ ଆଗକୁ ବଢ଼ିପାରି ନାହିଁ। ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୪୩ ରନ୍‌ ଟାର୍ଗେଟ ମିଳିଛି । ବିରାଟ ବାହିନୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ଭାରତୀୟ ଦଳର ଯୁବ ବୋଲର ଶାର୍ଦ୍ଦୁଲ ଠାକୁର ୩ଟି ଓ୍ଵିକେଟ୍‌ ଅକ୍ତିଆର କରି ଚମତ୍କାର ପ୍ରଦର୍ଶନ କରିଛନ୍ତି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ପକ୍ଷରୁ କୁଶାଲ ପେରେରା ସର୍ବାଧିକ ୩୪ ରନ୍‌ କରିଛନ୍ତି।  ସେ ୨୮ଟି ବଲ ଖେଳି ୩ଟି ଛକା ସହାୟତାରେ ଏହି ରନ୍‌ ହାସଲ କରିଥିଲେ। ସ୍ପିନର କୁଲଦୀପ ଯାଦବଙ୍କ ବଲରେ କୁଶାଲ ପେରେରା ଆଉଟ୍‌ ହୋଇ ପାଭଲିଅନ୍ ଫେରି ଯାଇଥିଲେ। ସେହିପରି ଦଳର ଓପନର ଅଭିସ୍କା ଫର୍ନାଣ୍ଡୋ ୨୨ ରନ କରିଥିବା ବେଳେ ଦନୁସ୍କା ଗୁଣତିଲକଙ୍କ ବ୍ୟାଟ୍‌ରୁ ଦଳକୁ ମାତ୍ର ୨୦ ରନ୍‌ ମିିଳଥିଲା। ଧନଞ୍ଜୟ ଡି’ ସିଲଭା ୧୭ ରନ୍‌ ଓ ୱାନିନ୍ଦୁ ହରରଙ୍ଗା ୧୬ ରନ୍‌ କରିଥିଲେ। ଅନ୍ୟ ବ୍ୟାଟ୍‌ସମ୍ୟାନମାନେ ଭାରତୀୟ ବୋଲରଙ୍କ ଦ୍ୱାରା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ।

ଭାରତୀୟ ବୋଲର ନଭଦୀପ ସଇନି ଓ କୁଲ୍‌ଦୀପ ଯାଦବଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିବା ବେଳେ ଓ୍ଵାସିଂଟନ୍‌ ସୁନ୍ଦରଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe