ଆଇପିଏଲ୍‌-୨୦୨୪: ଗୁଜରାଟ୍‌ ଆଗରେ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

Advertisment

ରବିଶ୍ରୀନିବାସ ସାଇ କିଶୋର ନେଲେ ୪ ୱିକେଟ୍‌

ରବିଶ୍ରୀନିବାସ ସାଇ କିଶୋର ନେଲେ ୪ ୱିକେଟ୍‌

ଆଇପିଏଲ୍‌-୨୦୨୪: ଗୁଜରାଟ୍‌ ଆଗରେ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

Photo: X

ମୁଲାନପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ୩୭ତମ ମ୍ୟାଚ୍‌ ପଂଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଜାରି ରହିଛି। ପଂଜାବର ଚଣ୍ଡୀଗଡ଼ର ମୁଲାନପୁରସ୍ଥିତ ମହାରାଜ ୟଦାବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ପଂଜାବ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସାମ୍‌ କୁରାନ୍‌ଙ୍କ ନେତୃତ୍ବରେ ଟିମ୍‌ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୪୨ ରନ୍‌ କରିଛି। ଫଳରେ ଅତିଥି ଟିମ୍‌କୁ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଏହି ମ୍ୟାଚରେ ଗୁଜରାଟର ବୋଲରମାନେ ଭଲ ପ୍ରଦର୍ଶନ କରିଛନ୍ତି। ଗୁଜରାଟ ପକ୍ଷରୁ ରବିଶ୍ରୀନିବାସ ସାଇ କିଶୋର ନେଲେ ୪ ୱିକେଟ୍‌ ନେଇଛନ୍ତି। ମୋହିତ ଶର୍ମା ଓ ନୁର ଅମହଦ ୨-୨ ୱିକେଟ ଏବଂ ରସିଦ ଖାନ୍‌ ଗୋଟିଏ ୱିକେଟ୍‌ ନେଇଛନ୍ତି।

ପଂଜାବର ପାଳି ଆରମ୍ଭ କରିଥିଲେ ଅଧିନାୟକ କୁରାନ୍‌ ଓ ପ୍ରଭସିମରନ ସିଂହ। ଉଭୟ ଖେଳାଳି ପ୍ରଥମ ୱିକେଟ୍‌ ପାଇଁ ୫୨ ରନ୍‌ର ଭାଗିଦାରୀ କରିପାରିଥିଲେ। ପ୍ରଭସିମରନ ବ୍ୟକ୍ତିଗତ ଭାବେ ସର୍ବାଧିକ ୩୫ ରନ୍‌ କରିଥ‌େିଲ। ସେ ୨୧ଟି ବଲ୍‌ ଖେଳି ୩ଟି ଚୌକା ଓ ୩ଟି ଛକା ମାରିଥିଲେ। କୁରାନ ୧୯ଟି ବଲ୍‌ ଖେଳି ୨୦ ରନ୍‌ କରିଥିଲେ। ହରପ୍ରୀତ ବାର ୨୯ ରନ୍‌, ଜିତଶେ ଶର୍ମା ୧୩ ରନ୍‌ ଓ ହରପ୍ରୀତ ସିଂହ ଭାଟିଆ ୧୪ ରନ୍‌ କରିଥିଲେ। ଅନ୍ୟ ବ୍ୟାଟରମାନଙ୍କର ପ୍ରଦର୍ଶନ ଉତ୍ସାହଜନକ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe