Advertisment

ଏସିଆ କପ୍ : ବାଂଲାଦେଶ ଆଗରେ ୧୪୪ ରନର ଲକ୍ଷ୍ୟ ରଖିଲା ହଂକଂ

Advertisment

ଆବୁଧାବିଠାରେ ଖେଳାଯାଉଥିବା ଏସିଆ କପର ୩ୟ ଲିଗ୍ ମ୍ୟାଚରେ ବାଂଲାଦେଶ ଆଗରେ ୧୪୪ ରନର ଲକ୍ଷ୍ୟ ରଖିଛି ହଂକଂ। 

ଆବୁଧାବିଠାରେ ଖେଳାଯାଉଥିବା ଏସିଆ କପର ୩ୟ ଲିଗ୍ ମ୍ୟାଚରେ ବାଂଲାଦେଶ ଆଗରେ ୧୪୪ ରନର ଲକ୍ଷ୍ୟ ରଖିଛି ହଂକଂ। 

Screenshot 2025-09-11 214416

ଆବୁ ଧାବି : ଆବୁଧାବିଠାରେ ଖେଳାଯାଉଥିବା ଏସିଆ କପର ୩ୟ ଲିଗ୍ ମ୍ୟାଚରେ ବାଂଲାଦେଶ ଆଗରେ ୧୪୪ ରନର ଲକ୍ଷ୍ୟ ରଖିଛି ହଂକଂ। 

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହଂକଂ ନିର୍ଦ୍ଧାରିତ ୨- ଓଭରରେ ୭ ଓ୍ବିକେଟ ହରାଇ ୧୪୩ ରନ କରିଥିଲା । ଦଳ ପକ୍ଷରୁ ଜିସାନ ଅଲ୍ଲି ୩୦ ରନ କରିଥିବାବେଳେ ନିଜାକତ୍ ଖାଁ ୪୨ ରନ ଓ ୟାସିମ ମୁର୍ତ୍ତାଜା ୨୮ ରନ କରିଥିଲେ । ତେବେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ବାଂଲାଦେଶ ପକ୍ଷରୁ ରିଷଦ ହୋସେନ, ଟାଞ୍ଜିମ ହାସନ ସାକିବ ଓ ତାସକିନ ଅହମ୍ମଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । 

ଏସିଆ କପରେ ଆସନ୍ତା କାଲି ପାକିସ୍ତାନ ଓମାନକୁ ଭେଟିବ । ସେହିପରି ଆସନ୍ତା ରବିବାର ଏସିଆ କପର ସବୁଠାରୁ ହାଇ ପ୍ରୋଫାଇଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe