ଆଇପିଏଲ : ମୁମ୍ବାଇ ଆଗରେ ୧୪୪ ରନର ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୪୧ତମ ମ୍ୟାଚରେ ମୁମ୍ବାଇ ଆଗରେ ୧୪୪ରନର ଲକ୍ଷ୍ୟ ରଖିଛି ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୩ ରନ କରିଥିଲା ।

mi

ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୪୧ତମ ମ୍ୟାଚରେ ମୁମ୍ବାଇ ଆଗରେ ୧୪୪ରନର ଲକ୍ଷ୍ୟ ରଖିଛି ହାଇଦ୍ରାବାଦ ।

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୩ ରନ କରିଥିଲା । ହାଇଦ୍ରାବାଦ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏପରିକି ଦଳ ୩୫ ରନରେ ୫ଟି ଓ୍ବିକେଟ୍ ହରାଇଥିଲା । 

ତାରକା ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ୍ ଖାତା ଖୋଲିପାରିନଥିଲେ । ତେବେ ହେନେରିକ କ୍ଲାସେନ ମୁମ୍ବାଇ ବୋଲରଙ୍କ ମୁକାବିଲା ଜାରିରଖି ମାତ୍ର ୪୪ ବଲରେ ୭୧ ରନ କରିଥିଲେ । ସେହିପରି ଅଭିନବ ମନୋହର ୪୩ ରନ କରିଥିଲେ । ଅଧିନାୟକ ପ୍ୟାଟ୍ କମିନ୍ସ ମାତ୍ର ୧ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲଟ୍ ୪ଟି ଓ୍ବିକେଟ ନେଇଥିବାବେଳେ ଦିପକ ଚହର ୨ଟି ଓ୍ବିକେଟ ନେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe