ବାରବାଟୀରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ; ଦକ୍ଷିଣ ଆଫ୍ରିକା ଆଗରେ ୧୪୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଟିମ୍‌ ଇଣ୍ଡିଆ

ବାରବାଟୀରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ; ଦକ୍ଷିଣ ଆଫ୍ରିକା ଆଗରେ ୧୪୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଟିମ୍‌ ଇଣ୍ଡିଆ

କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯାଇଛି। ବାରବାଟୀରେ ହୋଇଥିବା ଶୃଙ୍ଖଳାର ୨ୟ ମ୍ୟାଚରେ ଅତିଥି ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ତେମ୍ବା ବଭୂମା ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ଦକ୍ଷିଣ ଆଫ୍ରିକା ସଫଳ ରଣନୀତି କରି ଆୟୋଜକ ଭାରତକୁ ୧୪୮ ରନ୍‌ରେ ଅଟକାଇ ଦେଇଛି। ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୂରା ଟିମ୍‌ ନର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ଏହି ରନ୍‌ କରିଛି। ଦକ୍ଷିଣ ଆଫ୍ରିକାର ବୋଲରମାନେ ଭାରତୀୟ ବ୍ୟାଟରଙ୍କୁ ଭଲ ସ୍କୋର କରିବାକୁ ସୁଯୋଗ ଦେଇ ନଥିଲେ। ଈଶାନ କିଶନ ଓ ଶ୍ରେୟସ ଆୟରଙ୍କ ବ୍ୟତୀତ ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ଭାରତର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ବାର୍ଡ ଓ ଈଶାନ କିଶନ। ତେବେ ଆରମ୍ଭରୁ ହିଁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଥିଲା। ସ୍କୋର ୩ ରନ୍‌ ଥିବା ବେଳେ ଋତୁରାଜ ମାତ୍ର ଏକ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଯାଇଥିଲେ। ସେ କାଗିସୋ ରାବାଡାଙ୍କ ବଲ୍‌ କେଶବ ମହାରାଜଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ଦ୍ବିତୀୟ ଶିକାର ହୋଇଥିଲେ ଈଶାନ। ସେ ୨୧ଟି ବଲ୍‌ ଖେଳି ୩୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୨ଟି ଚୌକା ଓ ୩ଟି ଛକା ସାମିଲ ଥିଲା।

publive-image

ଭାରତ ୬୮ ରନ୍‌ରେ ୩ୟ (ଋଷଭ ପନ୍ତ), ୯୦ ରନ୍‌ରେ ୪ର୍ଥ (ହାର୍ଦ୍ଦିକ ପାଣ୍ଡ୍ୟା), ୯୮ ରନ୍‌ରେ ୫ମ (ଶ୍ରେୟସ ଆୟର), ୧୧୨ ରନ୍‌ରେ ୬ଷ୍ଠ (ଅକ୍ଷର ପଟେଲ) ୱିକେଟ ପଡ଼ିଥିଲା।

ଶ୍ରେୟସ ଆୟର ଭାରତ ପାଇଁ ସର୍ବାଧିକ ୪୦ ରନ୍‌ ସଂଗ୍ରହ କରିଥିଲେ। ସେ ୩୫ଟି ବଲ୍‌ ଖେଳି ୨ଟି ଚୌକା ଓ ୨ଟି ଛକା ମାରିଥିଲେ। ଋଷଭ ପନ୍ତ ୫ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ୯ ରନ୍‌, ଅକ୍ଷର ପଟେଲ ୧୦ ରନ୍‌, ଦିନେଶ କାର୍ତ୍ତିକ ଅପରାଜିତ ୩୦ ରନ୍‌ ଓ ହର୍ଷଲ ପଟେଲ ଅପରାଜିତ ୧୨ ରନ୍‌ ସଂଗ୍ରହ  କରିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଅନରିକ୍‌ ନର୍ଖିୟା ସର୍ବାଧିକ ୨ ୱିକେଟ୍‌ ନେଇଥିଲା ବେଳେ କାଗିସୋ ରାବଡ଼ା, ୱେନ୍‌ ପାର୍ନେଲ, ଡ୍ବାଇନ୍‌ ପ୍ରିଟୋରିୟସ ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe