ପଦକ ଜିତି ଇତିହାସ ରଚିବା ପରେ ନଦୀମଙ୍କୁ ପରେ ମିଳିଲା ୧୫୩ମିଲିଅନ !

Advertisment
ପଦକ ଜିତି ଇତିହାସ ରଚିବା ପରେ ନଦୀମଙ୍କୁ ପରେ ମିଳିଲା ୧୫୩ମିଲିଅନ !

ଇସଲାମାବାଦ: ଜାଭେଲିନ ଥ୍ରୋ ଫାଇନାଲରେ ପାକିସ୍ତାନର ନଦୀମ ଅର୍ଶଦ ଇତିହାସ ରଚିଛନ୍ତି । ଆଉ ପ୍ରଥମ ରାଉଣ୍ଡର ଦ୍ୱତୀୟ ପ୍ରୟାସରେ ୯୨.୯୭ର ଥ୍ରୋ ମାରି ଅଲିମ୍ପିକ୍ସରେ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହା ପୂର୍ବରୁ ଅଲିମ୍ପିକ୍ସରେ ଏହି ରେକର୍ଡ ଥୋରକିଲ୍ଡସେନ୍ ଏଣ୍ଡ୍ରିୟାସଙ୍କ ନାଁରେ ଥିଲା, ଯିଏ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୯୦.୫୭ ମିଟରର ଥ୍ରୋ ମାରିଥିଲେ । ସେହିପରି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟରର ଥ୍ରୋ ମାରି ଇତିହାସ ରଚିଛନ୍ତି ।

ପାକିସ୍ତାନକୁ ଏଭଳି ଭାବେ ବିଶ୍ୱ ଦରବାରରେ ନଦୀମ ସମ୍ମାନିତ କରିବା ପରେ ତାଙ୍କ ଉପରେ ଟଙ୍କା ବର୍ଷା ହେବାରେ ଲାଗିଛି | ମିଳିଥିବା ସୂଚନା ମୁତାବକ, ନଦୀମଙ୍କ ସଫଳତା ପରେ ପାକିସ୍ତାନର ମନ୍ତ୍ରୀ ଏବଂ ବିଭିନ୍ନ ବ୍ୟକ୍ତିତ୍ୱଙ୍କ ଦ୍ୱାରା ତାଙ୍କୁ ଅନେକ ନଗଦ ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି | କୁହାଯାଉଛି ଯେ, ତାଙ୍କୁ ଏପର୍ଯ୍ୟନ୍ତ ୧୫୩ମିଲିଅନ ପାକିସ୍ତାନୀ ଟଙ୍କା(୪.୫କୋଟି ଭାରତୀୟ ଟଙ୍କା) ଦେବାକୁ ଘୋଷଣା କରାଯାଇଛି | ୧୫୩ମିଲିଅନ ମଧ୍ୟରୁ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ନଦୀମଙ୍କ ପାଇଁ ୧୦୦ ମିଲିୟନ୍ ପୁରସ୍କାର ରାଶି ଘୋଷଣା କରିଛନ୍ତି। ପଞ୍ଜାବର ରାଜ୍ୟପାଳ ସର୍ଦ୍ଦାର ସଲିମ ହାଇଦର ଖାନ ତାଙ୍କୁ ୨ମିଲିୟନ୍ ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe