ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୫୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Advertisment
ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୫୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Photo: IPL Twitter

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ୫୫ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆବୁଧାବିସ୍ଥିତ ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଙ୍ଗାଲୋର ଟିମ୍‌ ବ୍ୟାଟିଂ କରିଥିଲା। ବିରାଟ କୋହଲିଙ୍କ ନେତୃତ୍ୱରେ ବାଙ୍ଗାଲୋର ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୫୨ ରନ୍‌ କରିଛି।

ଯୋଶ ଫିଲିପ୍‌ ଓ ଦେବଦୂତ୍ତ ପଡିକ୍କଲ ବାଙ୍ଗାଲୋରର ଇନିଂସ ଆରମ୍ଭ କରିଥିଲେ। ଫିଲିପ୍‌ ୧୭ଟି ବଲ୍‌ର ସମ୍ମୁଖୀନ ହୋଇ ୧୨ ରନ୍‌ ସଂଗ୍ରହ କରିବା ପରେ ଦିଲ୍ଲୀର ପ୍ରଥମ ଶିକାର ହୋଇଥିଲେ। ବାଙ୍ଗାଲୋର ସ୍କୋର ୨୫ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିବା ବେଳେ ୮୨ ରନ୍‌ରେ ୨ୟ ଓ୍ଵିକେଟ୍‌ ଭାବେ କୋହଲି (୨୯ ରନ୍‌, ୨୪ବଲ, ୨ ଚୌକା, ୧ ଛକା)ଙ୍କୁ ହରାଇଥିଲା। ସେତେବେଳକୁ ଦଳର ସ୍କୋର ୮୨ ରନ୍‌ ହୋଇସାରିଥିଲା।

ଦେବଦୂତ୍ତ ୫୦ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ସେ ୪୧ଟି ବଲ୍‌ ସମ୍ମୁଖୀନ ହୋଇ ୫ଟି ଚୌକା ମାରିଥିଲେ। ଦିଲ୍ଲୀର ୩ୟ ଶିକାର ହୋଇଥିଲେ ଦେବଦୂତ୍ତ। ଏବି ଡିଭିଲିୟର୍ସ ୩୫ ରନ୍‌ ଯୋଡ଼ିଥିବା ବେଳେ ଦଳ ପାଇଁ ଶିଭମ୍‌ ଦୁବେ ୧୭ ରନ୍‌ ସଂଗ୍ରହ କରିଥିଲେ। ପଛଧାଡ଼ିର ବ୍ୟାଟ୍‌ସମ୍ୟାନ୍‌ମାନେ ଭଲ ବ୍ୟାଟିଂ କରି ନାପାରିବାରୁ ଦଳ ବଡ଼ ସ୍କୋର କରିପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe