Photo: ICC Tweeter
ସାର୍ଜା: ଆଇପିଏଲ୍ରେ ଶୁକ୍ରବାର ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ମୁହାଁମୁହିଁ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟର ୩୫ତମ ମ୍ୟାଚରେ ଚେନ୍ନାଇ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଙ୍ଗାଲୋର ବ୍ୟାଟିଂ କରିଥିଲା। ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୧୫୬ ରନ୍ କରିଥିଲା। ଫଳରେ ଚେନ୍ନାଇକୁ ୧୫୭ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଅଧିନାୟକ ବିରାଟ କୋହଲି ନିଜେ ଯୁବ କ୍ରିକେଟ୍ର ଦେବଦତ୍ତ ପଡ଼ିକଲଙ୍କ ସହିତ ଇନିଂସ ଆରମ୍ଭ କରିଥିଲେ। ୧୩ ଓଭର ଯାଏଁ ଉଭୟ ଓପନର ଭଲ ସ୍କୋର କରିଥିଲେ। କିନ୍ତୁ ପରେ ଦଳର ସ୍କୋର ମନ୍ଥର ଗତିରେ ଆଗକୁ ବଢ଼ିଥିଲା। ବିରାଟ କୋହଲି ୪୧ଟି ବଲ ଖେଳି ୫୩ ରନ୍ ସଂଗ୍ରହ କରିଥିବା ବେଳେ ଦେବଦତ୍ତ ୭୦ ରନ୍ କରିଥିଲେ। ଦେବଦତ୍ତଙ୍କ ଏହି ଇନିଂସରେ ୫ଟି ଚୌକା ଓ ୩ଟି ଛକା ସାମିଲ ଥିଲା।
ଏବି ଡିଭିଲିୟର୍ସ ୧୧ଟି ବଲ୍ର ସମ୍ମୁଖୀନ ହୋଇ ୧୨ ରନ୍ କରିଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ ୯ଟି ବଲ ଖେଳି ୧୧ ରନ୍ କରିଥିଲେ। ଟିମ୍ ଡେଭିଡ ୧ ରନ୍, ହର୍ଶଲ ପଟେଲ୍ ୩ ରନ୍ ଓ ଓ୍ଵାନିନ୍ଦୁ ହସରଙ୍ଗା ୧ ରନ୍ କରିଥିଲେ। ଚେନ୍ନାଇ ପକ୍ଷରୁ ଡେ୍ଵନ୍ ବ୍ରାଭୋ ବ୍ରାଭୋଙ୍କୁ ସର୍ବାଧିକ ୩ଟି ଓ୍ଵିକେଟ ମିଳିଥିଲା। ଶାର୍ଦ୍ଦୁଲ ଠାକୁର ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଦୀପକ ଚାହର ଗୋଟିଏ ଓ୍ଵିକେଟ୍ ନେଇଥିଲେ।
Follow Us