Photo: IPL Twitter
ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ଫାଇନାଲ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୭ ରନ୍ର ବିଜୟ ଲକ୍ଷ୍ୟ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଜାରି ଥିବା ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୧୫୬ ରନ୍ କରିଥିଲା। ରିପୋର୍ଟ ଲେଖାଯିବା ବେଳକୁ ମୁମ୍ବାଇ ବ୍ୟାଟିଂ ଆରମ୍ଭ କରିଛି। ଓପନର ତଥା ଅଧିନାୟକ ରୋହିତ ଶର୍ମା ଓ କ୍ୱିଣ୍ଟନ୍ ଡି କକ୍ ୪-୧ ଓଭରର ପରିସମାପ୍ତି ପରେ ଗୋଟିଏ ଓ୍ଵିକେଟ ହରାଇ ୪୫ ରନ୍ ସଂଗ୍ରହ କରିଛନ୍ତି। କ୍ୱିଣ୍ଟନ୍ ଡି କକ୍ ୧୨ଟି ବଲ ଖେଳି ୨୦ ରନ୍ ସଂଗ୍ରହ କରିବା ପରେ ପାଭଲିଅନ୍ ଫେରିଯାଇଛନ୍ତି। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଛନ୍ତି ସୂର୍ଯ୍ୟକୁମାର ଯାଦବ।
ଦିଲ୍ଲୀର ଇନିଂସରେ ଅଧିନାୟକ ଶ୍ରେସୟ ଆୟର ଓ ଋଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଆୟର ୫୦ ଟି ବଲ ଖେଳି ୬୫ ରନ୍ ଯୋଡ଼ିଥିଲେ। ସେ ୬ଟି ଚୌକା ଓ ୨ଟି ଛକା ମାରିଥିଲେ। ସେହିପରି ଋଷଭ ପନ୍ତ ୩୮ଟି ବଲ ଖେଳି ୫୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ୪ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଶିଖର ଧଓ୍ଵନ ୧୩ଟି ବଲ ଖେଳି ୧୫ ରନ୍ କରିଥିଲେ।
Follow Us