ଆଇପିଏଲ୍‌: ଲକ୍ଷ୍ନୌର ପ୍ରାରମ୍ଭିକ ଖେଳାଳି ବିଫଳ, ଗୁଜରାଟ୍‌କୁ ବିଜୟ ଲକ୍ଷ୍ୟ ମିଳିଲା ୧୫୯ ରନ୍‌

ଆଇପିଏଲ୍‌: ଲକ୍ଷ୍ନୌର ପ୍ରାରମ୍ଭିକ ଖେଳାଳି ବିଫଳ, ଗୁଜରାଟ୍‌କୁ ବିଜୟ ଲକ୍ଷ୍ୟ ମିଳିଲା ୧୫୯ ରନ୍‌

Photo: Twitter

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣର ୪ର୍ଥ ମ୍ୟାଚ୍‌ ସୋମବାର ଗୁଜରାଟ୍‌ ଟାଇଟନ୍‌ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଗୁଜରାଟ୍‌ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟ୍‌ର ଅଧିନାୟକ ଦାର୍ଦ୍ଦିକ ପାଣ୍ଡ୍ୟା୍‌ଙ୍କ ଠାରୁ ଆମନ୍ତ୍ରଣ ପାଇବା ପରେ ଲକ୍ଷ୍ନୌ ବ୍ୟାଟିଂ ଆରମ୍ଭ କରିଥିଲା ଏବଂ ସ୍କୋରକୁ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୫୮ରେ ପହଞ୍ଚାଇଛି। ଫଳରେ ଗୁଜରାଟ୍‌କୁ ୧୫୯ ରନ୍‌ର ଟାର୍ଗେଟ ମିଳିଛି।

ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ପାଦ ଥାପିଥିବା ଗୁଜରାଟ ଟିମ୍‌ର ବୋଲର ଆଜି ଭଲ ପ୍ରଦର୍ଶନ କରିଛି। ଅପରପକ୍ଷେ ଲକ୍ଷ୍ନୌର ପ୍ରାଥମିକ ପର୍ଯ୍ୟାୟର ୪ ଜଣ ବ୍ୟାଟର ବିପର୍ଯ୍ୟର ସାମ୍ନା କରିଛନ୍ତି। ଅଭିଜ୍ଞ ଖେଳାଳି କେଏଲ୍‌ ରାହୁଲ (୦), କ୍ୱିଣ୍ଟନ୍‌ ଡି’ କକ୍‌(୭), ଇଭିନ୍‌ ଲୁଇସ୍‌ (୧୦) ଓ ମନୀଷ ପାଣ୍ଡେ (୬) ଶସ୍ତାରେ ଆଉଟ୍‌ ହୋଇଛନ୍ତି। କିନ୍ତୁ ମଧ୍ୟ କ୍ରମର ଖେଳାଳି ଦୀପକ ହୁଡ୍ଡା (୫), ଆୟୁଷ ବାଦୋନି (୫୪) ଓ କ୍ରୁଣାଳ ପାଣ୍ୟା (ଅପରାଜିତ ୨୧ ରନ୍‌) ଲକ୍ଷ୍ନୌର ଆଶା ସଂଚାର କରିଛନ୍ତି।

ଗୁଜରାଟ ପାଇଁ ମହମ୍ମଦ ସାମି ସର୍ବାଧିକ ୩ଟି ଓ୍ଵିକେଟ୍‌ ନେଇଥିଲା ବେଳେ ବରୁନ ଆରୋନ୍‌ ୨ଟି ଓ୍ଵିକେଟ୍‌ ନେଇଥିଲେ। ରସିଦ୍‌ ଖାନ୍‌ ଗୋଟିଏ ନେଇଥିଲେ।

publive-image Photo: Zee News

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe