କରୋନା ମୁକାବିଲା ପାଇଁ ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦେଲେ ଏହି ୧୬ ବର୍ଷୀୟା କ୍ରିକେଟ୍‌ ତ‌ାରକା

Advertisment
କରୋନା ମୁକାବିଲା ପାଇଁ ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦେଲେ ଏହି ୧୬ ବର୍ଷୀୟା କ୍ରିକେଟ୍‌ ତ‌ାରକା

hindustantimes.com

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ବ କପ୍‌ରେ ଭାରତର ପ୍ରତିିନିଧିତ୍ବ କରି ଖ୍ୟାତି ଅର୍ଜନ କରିଥିବା କ୍ରିକେଟ୍‌ ଖେଳା‌ଳି ରିଚା ‌ଘୋଷ କରୋନା ମୁକାବିଲା ପାଇଁ ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଏହି ରାଶି ପ୍ରଦାନ କରିଛନ୍ତି।

ଏହି ୧୬ ବର୍ଷୀୟା ମହିଳା କ୍ରିକେଟ୍‌ ତାରକାଙ୍କ ବାପା ୧ ଲକ୍ଷ ଟଙ୍କାର ଏକ ଚେକ୍‌କୁ ସିଲିଗୁଡ଼ି ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ସୁମନ୍ତ ସାହାୟଙ୍କୁ ପ୍ରଦାନ କରିଛନ୍ତି।

ଏ ନେଇ ରିଚା କହନ୍ତି, ‘ସମସ୍ତ ଲୋକ କରୋନା ଭାଇରସ୍‌ ସହ ଲଢ଼େଇ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ଲୋକଙ୍କ ପାଇଁ ସହାୟତା ଚାହିଁଛନ୍ତି। ଦେଶର ଜଣେ ଦାୟିତ୍ବବାନ ନାଗରିକ ହିସାବରେ ମୁଁ ମଧ୍ୟ ନିଜର ଦାୟିତ୍ବ ନିଭାଇବାକୁ ଚିନ୍ତା କଲି।’

ଉଲ୍ଲେଖଯୋଗ୍ୟ, ପୂର୍ବରୁ କ୍ରିକେଟ୍‌ ତାରକା ସଚିନ ତେନ୍ଦୁଲ୍‌କର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ୍‌ ପାଣ୍ଠିକୁ  ୫୦ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ସୁରେଶ ରାଇନା ଦେଇଛନ୍ତି ୫୨ ଲକ୍ଷ ଟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe