ଆଇପିଏଲ୍‌: ପଂଜାବ୍‌ କିଙ୍ଗ୍‌ସ ଆଗରେ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ୍‌: ପଂଜାବ୍‌ କିଙ୍ଗ୍‌ସ ଆଗରେ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୪ତମ ମ୍ୟାଚ୍‌ ପଂଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ଡ. ଡିଓ୍ଵାଇ ପାଟିଲ ଷ୍ଟାଡିୟମ୍‌ରେ ସୋମବାର ଟସ୍‌ ଜିଣି ପଂଜାବ୍‌ର ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପଂଜାବ ତରଫରୁ ଆମନ୍ତ୍ରଣ ମିଳିବା ପରେ ଦିଲ୍ଲୀ ବ୍ୟାଟିଂ କରିଥିଲା। ଋଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୫୯ ରନ୍‌ କରିଛି। ଫଳରେ ପଂଜାବକୁ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ବିସ୍ଫୋରକ ବ୍ୟାଟର ଡେଭିଡ ଓ୍ଵାର୍ଣ୍ଣର ଓ ସରଫରାଜ ଖାନ୍‌ ଦିଲ୍ଲୀ କ୍ୟାପିଟାଲ୍ସର ପାଳି ଆରମ୍ଭ କରିଥିଲେ। ମାତ୍ର ଦିଲ୍ଲୀର ବ୍ୟାଟିଂ ବିପର୍ଯ୍ୟୟ ପ୍ରଥମ ବଲ୍‌ରୁ ହିଁ ଦେଖାଯାଇଥିଲା। ଓ୍ଵାର୍ଣ୍ଣର ମାତ୍ର ଗୋଟିଏ ବଲ୍‌ ସାମ୍ନା କରି ଆଉଟ୍‌ ହୋଇ ପାଭଲିଅନ୍‌କୁ ଫେରିଯାଇଥିଲେ। କିନ୍ତୁ ସରଫରାଜ ଓ ମିଚେଲ ମାର୍ଶ ୨ୟ ଓ୍ଵିକେଟ୍‌ ପାଇଁ ୫୧ ରନ୍‌ ଯୋଡ଼ିଥିଲେ। ସରଫରାଜ ୧୬ଟି ବଲ୍‌ ଖେଳି ୩୨ ରନ୍‌ କରିଥିଲେ। ଏଥିରେ ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଦିଲ୍ଲୀ ପାଇଁ ମିଚେଲ ମାର୍ଶ ସର୍ବାଧିକ ୬୩ ରନ୍‌ ସଂଗ୍ରହ କରିଥିଲେ। ସେ ୪୮ଟି ବଲ୍‌ ସାମ୍ନା କରି ୪ଟି ଚୌକା ଓ ୩ଟି ଛକା ମାରିଥିଲେ। ଲଲିତ ଯାଦବ ୨୪ ରନ୍‌, ଅକ୍ଷର ପଟେଲ ଅପରାଜିତ ୧୭ ରନ୍‌, ଋଷଭ ପନ୍ତ ୭ ରନ୍‌ କରିଥିଲେ। ପଂଜାବ ପକ୍ଷରୁ ଲିଆମ୍‌ ଲିଭିଂଷ୍ଟୋନ୍‌ ଓ ଅର୍ଶଦୀପ ସିଂହ ୩-୩ ଓ୍ଵିକେଟ୍‌ ନେଇଥିଲେ। କାଗିସୋ ରାବଡ଼ାଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe