ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Advertisment
ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Photo: IPL Twitter

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣରେ ୪୮ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆବୁଧାବିର ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ ପାଇଁ ମୁମ୍ବାଇ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ବାଙ୍ଗାଲୋର ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ ସଂଗ୍ରହ କରିଥିଲା।

ବାଙ୍ଗାଲୋର ଓପନର ଯୋଶ ଫିଲିପ୍‌ ଓ ଦେବଦୂତ୍ତ ପଡିକ୍କଲ ଟିମ୍‌ ପାଇଁ ପ୍ରଥମ ଓ୍ଵିକେଟ୍‌ରେ ୭୧ ରନ୍‌ ସଂଗ୍ରହ କରିଥିଲେ। ଏଥିରୁ ଯୋଶ ଫିଲିପ୍‌ ୨୪ଟି ବଲ ଖେଳି ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୩ ରନ୍‌ କରିଥିଲେ। ମୁମ୍ବାଇର ୨ୟ ଶିକାର ହୋଇଥିଲେ ଅଧିନାୟକ ବିରାଟ କୋହଲି। ସେ ୧୪ଟି ବଲ୍‌ର ସମ୍ମୁଖୀନ ହୋଇ ବ୍ୟକ୍ତିଗତ ଭାବେ ୯ ରନ୍‌ କରିଥିଲେ। ଟିମ୍‌ର ସ୍କୋର ୯୫ ରନ୍‌ ଥିବା ବେଳେ କୋହଲି ଆଉଟ୍‌ ହୋଇଥିବା ବେଳେ ୧୩୧ ରନ୍‌ରେ ଏବି ଡିଭିଲିୟରର୍ସ (୧୫ ରନ୍‌, ୧୨ ବଲ, ୧ ଚୌକା ଓ ୧ ଛକା) ଆଉଟ୍‌ ହୋଇଥିଲେ। ସେହିପରି ବାଙ୍ଗାଲୋର ଟିମ୍‌ ନିଜର ସ୍କୋର ୧୩୪ ଥିବା ବେଳେ ଶିଭମ୍‌ ଦୁବେ ଓ ଦେବଦୂତ୍ତ ପଡିକ୍କଲ (୭୪ ରନ୍‌, ୪୫ ବଲ, ୧୨ ଚୌକା, ୧ ଛକା)କୁ ହରାଇଥିଲା।

ଗୁରକିରତ ସିଂହ୍‌ ମନ୍‌ ଅପରାଜିତ ୧୪ ରନ୍‌ ଓ ଓ୍ଵାସିଂଟନ୍‌ ସୁନ୍ଦର ଅପରାଜିତ ୧୦ ରନ୍‌ କରିଥିଲେ। ମୁମ୍ବାଇର ଦ୍ରୁତ ବୋଲର ଯଶପ୍ରୀତ ବୁମରା ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍‌ଟ, ରାହୁଲ ଚାହର ଓ କରିନ ପୋଲାର୍ଡଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe