ଆଇପିଏଲ୍‌: ମୁମ୍ବାଇକୁ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବାଙ୍ଗାଲୋର

ଆଇପିଏଲ୍‌: ମୁମ୍ବାଇକୁ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବାଙ୍ଗାଲୋର

Photo: ANI Twitter

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ୩୯ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରବିବାର ମୁମ୍ବାଇ ଇଣ୍ଡିଆନ୍‌ସକୁ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଙ୍ଗାଲୋର ବ୍ୟାଟିଂ କରିଥିଲା। ବିରାଟ କୋହଲିଙ୍କ ଟିମ୍‌ ନିର୍ଦ୍ଧାରତି ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୬୫ ରନ୍‌ କରିଥଲା।

ଆରସିବିର ଇନିଂସ ଆରମ୍ଭ କରିଥିଲେ ଅଧିନାୟକ ବିରାଟ କୋହଲି (୫୧ ରନ୍‌, ୪୨ ବଲ୍‌, ୩ ଚୌକା ଓ ୩ ଛକା) ଓ ଦେବଦତ୍ତ ପଡିକଲ। ଯୁବ ବ୍ୟାଟ୍‌ସମ୍ୟାନ ଦେବଦତ୍ତ କୌଣସି ରନ୍‌ ନକରି ପାଭଲିଅନ୍‌କୁ ଫେରିଥିଲେ। ଦେବଦତ୍ତଙ୍କ ସ୍ଥାନ ପୂରଣ କରିବା ପାଇଁ କ୍ରିଜକୁ ପ୍ରବେଶ କରିଥିଲେ ଶ୍ରୀକର ଭରତ। ବିରାଟ କୋହଲି ଓ ଶ୍ରୀକର ଦ୍ୱିତୀୟ ଓ୍ଵିକେଟ ପାଇଁ ୬୮ ରନ୍‌ର ଭାଗିଦାରୀ ହୋଇଥିଲେ।

ଆରସିବିର ଅଲରାଉଣ୍ଡର ଗ୍ଲେନ୍‌ ମେକ୍ସେଓ୍ଵଲ ଦଳ ପାଇଁ ବ୍ୟକ୍ତିଗତ ଭାବରେ ୫୬ ରନ୍‌ ସଂଗ୍ରହ କରିଥିଲେ। ଏବି ଡି’ଭିଲିୟର୍ସଙ୍କ ବ୍ୟାଟରୁ ୧୧ ରନ୍‌ ମିଳିଥିଲା। ମୁମ୍ବାଇ ତରଫରୁ ଜସପ୍ରୀତ ବୁମରା ୩ଟି ଓ୍ଵିକେଟ୍‌ ନେଇଥିଲେ। ଟ୍ରେଣ୍ଟ ବୋଲ୍ଟ, ଆଦମ ମିଲନେ ଓ ରାହୁଲ ଚହର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe