ଆଇପିଏଲ୍‌: କେଏଲ୍‌ ରାହୁଲଙ୍କ ଅପରାଜିତ ଶତକ, ମୁମ୍ବାଇ ଆଗରେ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ଆଇପିଏଲ୍‌: କେଏଲ୍‌ ରାହୁଲଙ୍କ ଅପରାଜିତ ଶତକ, ମୁମ୍ବାଇ ଆଗରେ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ୩୭ତମ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ମୁମ୍ବାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କେଏଲ୍‌ ରାହୁଲଙ୍କ ନେତୃତ୍ୱରେ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ ହରାଇ ୧୬୮ ରନ୍‌ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଲକ୍ଷ୍ନୌ ପାଇଁ ଟିମ୍‌ର ଅଧିନାୟକ କେଏଲ୍‌ ରାହୁଲ ଅପରାଜିତ ଶତକ ମାରିଛନ୍ତି। ରାହୁଲ ୬୨ଟି ବଲ୍‌ ଖେଳି ୧୨ଟି ଚୌକା ଓ ୪ଟି ଛକା ମାରିଛନ୍ତି। ସେ ପ୍ରଥମ ଓ୍ଵିକେଟ୍‌ରେ କ୍ୱିଣ୍ଟନ୍‌ ଡି’ କକ୍‌ଙ୍କ ସହିତ ୨୭ ରନ୍‌ର ଭାଗିଦାରୀ ହୋଇଥିଲେ। ଦ୍ୱିତୀୟ ଓ୍ଵିକେଟରେ ମନୀଷ ପାଣ୍ଡେଙ୍କ ସହିତ ୬୨ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଜଣକ ପରେ ଜଣେ ଖେଳାଳି ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଯାଉଥିବା ବେଳେ ରାହୁଲ ପାଳି ଶେଷ ହେବା ପର୍ଯ୍ୟନ୍ତ କ୍ରିଜ୍‌ରେ ଛିଡ଼ା ହୋଇଥିଲେ।

ଲକ୍ଷ୍ନୌ ପାଇଁ ମନୀଷ ପାଣ୍ଡେ ବ୍ୟକ୍ତିଗତ ଭାବେ ୨୨ ରନ୍‌, ଆୟୁଷ ବଦୋନୀ ୧୪ ରନ୍‌, ଦୀପକ ହୁଡା ଓ ଡି’ କକ୍‌ ୧୦-୧୦ ରନ୍‌ କରିଥିଲେ। ମୁମ୍ବାଇ ପକ୍ଷରୁ ରିଲେଇ ମେରିଦିନ୍‌ ଓ କିରନ ପୋଲାର୍ଡ ୨-୨ ଓ୍ଵିକେଟ୍‌ ନେଇଥିଲା ବେଳେ ଡାନିଏଲ୍‌ ସାମ୍‌ସ ଓ ଜସପ୍ରୀତ ବୁମରାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe