୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ବକପ୍‌, ଅକ୍ଟୋବର ୧୫ରୁ ଭାରତୀୟ ଶିବିର

Advertisment
ସମ୍ବଲପୁର, ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସରୁ ଉଠିଯିବ ବାଳକ ଫୁଟବଲ୍: ୧୫ ସୁଦ୍ଧା ଖାଲି ହେବ ହଷ୍ଟେଲ୍‌!

Unsplash

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ବକପ୍‌ ‌କରୋନା ଯୋଗୁଁ ଆସନ୍ତା ବର୍ଷ ଫେବ୍ରୁଆରି-ମାର୍ଚକୁ ଘୁଞ୍ଚିଛି। ଏହା ପୂର୍ବରୁ ଅଭ୍ୟାସ ଲାଗି ଭାରତୀୟ ଦଳର ଶିବିର ଝାଡ଼ଖଣ୍ଡରେ ଅକ୍ଟୋବର ୧୫ରୁ ଆରମ୍ଭ ହେବ ବୋଲି ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌)ର ସାଧାରଣ ସମ୍ପାଦକ କୁଶାଲ ଦାସ ବୁଧବାର କହିଛନ୍ତି। ଆମେ ଅକ୍ଟୋବର ପ୍ରଥମ ସପ୍ତାହରେ ୧୭ ବର୍ଷରୁ କମ୍ ବିଶ୍ବକପ୍‌ ଶିବିର ଆୟୋଜନ କରିବାକୁ ଯୋଜନା କରିଥିଲୁ। କିନ୍ତୁ ଏହା ସମ୍ଭବ ହେଉନଥିବାରୁ ଏବେ ଅକ୍ଟୋବର ୧୫ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଦାସ କହିଛନ୍ତି। ଅଗଷ୍ଟରେ ଶିବିର ଆୟୋଜନ କରିବାକୁ ଏଆଇଏଫ୍‌ଏଫ୍‌ ଯୋଜନା କରିଥିଲା। ହେଲେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ବଢ଼ୁଥିବାରୁ ଏହା ସ୍ଥଗିତ ରହିଥିଲା। ସମ୍ଭାବ୍ୟ ବିଶ୍ବକପ୍‌ ଦଳରେ ଝାଡ଼ଖଣ୍ଡରୁ ୮ ଜଣ ଖେଳାଳି ରହିଛନ୍ତି। ସୂଚନାଯୋଗ୍ୟ ଯେ ଭୁବନେଶ୍ବର ସହ ଭାରତର ୫ ସହର ଅହମ୍ମଦାବାଦ, ଗୁଆହାଟୀ, କୋଲ୍‌କାତା ଓ ନଭି ମୁମ୍ବାଇରେ ବିଶ୍ବକପ୍‌ ଆୟୋଜନ ହେବ। ୨୦୧୭ରେ ଭାରତ ସଫଳତାର ସହ ୧୭ ବର୍ଷରୁ କମ୍‌ ପୁରୁଷ ଫିଫା ବିଶ୍ବକପ୍‌ ଆୟୋଜନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe