ଆଇପିଏଲ୍‌: ଦମ୍ଭ ଦେଖାଇଲେ ଋତୁରାଜ ଗାଏକ୍ୱାର୍ଡ, ଗୁଜରାଟ୍‌କୁ ୧୭୦ ରନ୍‌ର ଟାର୍ଗେଟ ଦେଲା ଚେନ୍ନାଇ

Advertisment
ଆଇପିଏଲ୍‌: ଦମ୍ଭ ଦେଖାଇଲେ ଋତୁରାଜ ଗାଏକ୍ୱାର୍ଡ, ଗୁଜରାଟ୍‌କୁ ୧୭୦ ରନ୍‌ର ଟାର୍ଗେଟ ଦେଲା ଚେନ୍ନାଇ

Photo: Zee News

ପୁନେ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୨୯ତମ ମ୍ୟାଚ୍‌ ଗୁଜରାଟ୍‌ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଗୁଜ୍‌ରାଟ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୬୯ ରନ୍‌ କରିଛି। ଫଳରେ ଗୁଜରାଟକୁ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଚଳିତ ଆଇପିଏଲ୍‌ର ପ୍ରଥମ ୫ଟି ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଯୁବ କ୍ରିକେଟ୍‌ ଋତୁରାଜ ଗାଏକ୍ୱାର୍ଡ ଚେନ୍ନାଇ ପାଇଁ ଆଜି ୭୩ ରନ୍‌ କରିଥିଲେ। ସେ ୪୮ଟି ବଲ୍‌ ଖେଳି ୭୩ ରନ୍‌ କରିଥିଲେ। ଏଥିରେ ୫ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ସେହିପରି ଅମ୍ବାତି ରାୟଡୁ ୩୧ଟି ବଲ୍‌ ଖେଳି ୪୬ ରନ୍‌ ସଂଗ୍ରହ କରିଥିଲେ। ସେ ୪ଟି ଚୌକା ଓ ୨ଟି ଛକା ମାରିିଥିଲେ।

ଋତୁରାଜ କୋଲକାତା ବିପକ୍ଷରେ ଶୂନ୍ୟ, ଲକ୍ଷ୍ନୌ ବିପକ୍ଷରେ ୧ ରନ୍‌, ପଂଜାବ ବିପକ୍ଷରେ ୧ ରନ୍‌, ହାଇଦ୍ରାବାଦ୍‌ ବିପକ୍ଷରେ ୧୬ ରନ୍‌ ଓ ବାଙ୍ଗାଲୋର ବିପକ୍ଷରେ ୧୭ ରନ୍‌ କରିଥିଲେ।

ଚେନ୍ନାଇ ମାତ୍ର ୭ ରନ୍‌ରେ ରବୀନ ଉତ୍‌ଥପା(୩ ରନ୍‌)ଙ୍କୁ ହରାଇଥିଲା ବେଳେ ମୋଇନ୍‌ ଅଲ୍ଲୀ (୧ ରନ୍‌) ଆଉଟ୍‌ ହେବା ବେଳକୁ ସ୍କୋର ୩୨ ରନ୍‌ ଥିଲା। କିନ୍ତୁ ୩ୟ ଓ୍ଵିକେଟ୍‌ରେ ଋତୁରାଜ ଓ ରାୟଡୁ ୯୨ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ୪ର୍ଥ ଓ୍ଵିକେଟ୍‌ ଭାବେ ଋତୁରାଜ ଆଉଟ୍‌ ହୋଇଥିଲେ। ଯୁବ କ୍ରିକେଟ୍‌ର ଶୁଭମ ଦୁବେ ୧୯ ରନ୍‌ ଓ ଅଧିନାୟକ ରବୀନ୍ଦ୍ର ଜାଦେଜା ଅପରାଜିତ ୨୨ ରନ୍‌ କରିଥିଲେ। ଗୁଜରାଟ ପାଇଁ ଅଲଜାରି ଯୋସେଫ ୨ଟି ଓ୍ଵିକେଟ୍‌ ମିଳିଥିବା ବେଳେ ମହମ୍ମଦ ସାମି ଓ ୟଶ୍‌ ଦୟାଲ୍‌ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe