ଦ୍ୱିତୀୟ ଟ୍ୱେଣ୍ଟି-୨୦: ୱେଷ୍ଟଇଣ୍ଡିଜ୍‌କୁ ୧୭୧ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ, ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କଲେ ଶିଭମ୍‌ ଦୁବେ

Advertisment
ଦ୍ୱିତୀୟ ଟ୍ୱେଣ୍ଟି-୨୦: ଭାରତକୁ ୮ ଓ୍ଵିକେଟ୍‌ରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍‌, ୧-୧ରେ ଶୃଙ୍ଖଳା, ଲେଣ୍ଡଲ ସିମନ୍‌ସଙ୍କ ଅର୍ଦ୍ଧଶତକ

Photo: Hindustan Times

ତିରୁଅନନ୍ତପୁରମ: ସ୍ଥାନୀୟ ଗ୍ରୀନଫିଲ୍‌ଡ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ରବିବାର ଅନୁଷ୍ଠିତ ଭାରତ- ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟ୍ୱେଣ୍ଟି-୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ଇଣ୍ଡିଜକୁ ୧୭୧ ରନର ବିଜୟ ଲକ୍ଷ୍ୟ ଦେଇଛି। ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଯୁବ ବ୍ୟାଟ୍‌ସମ୍ୟାନ୍‌ ଶିଭମ୍‌ ଦୁବେଙ୍କ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୭୦ ରନ୍‌ କରିଛି।

publive-image Photo: Cricbuzz

ଆରମ୍ଭରୁ ଭାରତ ଭଲ ବ୍ୟାଟିଂ କରିଥିଲା କିନ୍ତୁ ଚତୁର୍ଥ ଓଭରର ପ୍ରଥମ ବଲରେ ଯୁବ ବ୍ୟାଟସ୍‌ମ୍ୟାନ୍‌ ଲୋକେଶ ରାହୁଲ ୭ ରନ୍‌ କରି ପାଭଲିଅନ୍‌ ଫେରିଯାଇଥିଲେ। ସେତେବେଳକୁ ଟିମ୍‌ର ସ୍କୋର ୨୪ ରନ୍‌ ଥିଲା। ଏହା ପରେ ଭାରତ ଦ୍ୱିତୀୟ ଓ୍ଵିକେଟ୍‌ ଭାବେ ରୋହିତ ଶର୍ମା (୧୫ ରନ୍‌)ଙ୍କୁ ହରାଇଥିଲା। ତେବେ ଯୁବ ବ୍ୟାଟ୍‌ସମ୍ୟାନ୍‌ ଶିଭମ୍‌ ଦୁବେ କ୍ରିଜରେ ତିଷ୍ଠି ରହି  ୩୦ଟି ବଲ ଖେଳି ୩ଟି ଚୌକା ଓ ୬ଟି ଛକା ସହ ୫୪ ରନ୍‌ ସଂଗ୍ରହ କରିଥିଲେ। ଦୁବେ ଧମାକାଦାର ବ୍ୟାଟିଂ  କରି  ଆଉଟ୍‌ ହୋଇ ପାଭଲିଅନ୍‌ ଫେରିବା ବେଳକୁ ଭାରତର ସ୍କୋର ୯୭ରେ ପହଂଚିଥିଲା।

ଏହାପରେ ପଡ଼ିଆକୁ  ଅଧିନାୟକ ବିରାଟ କୋହଲି ଓହ୍ଲାଇ ଥିଲେ ମଧ୍ୟ ଅଧିକ ସମୟ ଯାଏଁ କ୍ରିଜରେ ରହିପାରି  ନ ଥିଲେ। ସେ ୧୭ଟି ବଲ ଖେଳି ୧୯ ରନ୍‌ କରିବା ପରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ଟିମ୍‌ ପାଇଁ ଶ୍ରେୟସ ଆୟର ୧୦ ରନ୍‌ ଓ ରବୀନ୍ଦ୍ର ଜାଦେଜା ୯ ରନ୍‌  ଯୋଡ଼ିଥିଲେ। ପରେ ଋଷବ ପନ୍ତଙ୍କ ଅପରାଜିତ ୩୩ ରନ୍‌  ବଳରେ ଭାରତର ରନ୍ ସଂଖ୍ୟା ୧୭୦ରେ ପହଞ୍ଚିଥିଲା।

ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ କେସ୍ରିକ ୱିଲିୟମ୍‌ସ ଓ ହେଡେନ ୱାଲ୍‌ସ ୨-୨ ଓ୍ଵିକେଟ ନେଇଥିବା ବେଳେ ଜାସନ ହୋଲ୍‌ଡର, ଖରି ପିଏରେ ଓ ସେଲଡନ କଟରେଲଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe