ଟି-୨୦ ବିଶ୍ୱକପ୍‌: ନଇମ୍‌-ରହିମ୍‌ଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବାଂଲାଦେଶ

Advertisment
ଟି-୨୦ ବିଶ୍ୱକପ୍‌: ନଇମ୍‌-ରହିମ୍‌ଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବାଂଲାଦେଶ

Photo ICC Twitter

ସାର୍‌ଜା: ଟି-୨୦ ବିଶ୍ୱକପ୍‌ର ସୁପର-୧୨ ଗ୍ରୁପ୍‌-୧ ମ୍ୟାଚ୍‌ରେ ରବିବାର ଶ୍ରୀଲଙ୍କା ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୭୧ ରନ୍‌ କରିଛି। ବାଂଲାଦେଶର ଏହି ସ୍କୋର୍‌ରେ ମହମ୍ମଦ ନଇମ୍‌ ଓ ମୁଶଫିକର ରହିମ୍‌ଙ୍କ ଅର୍ଦ୍ଧଶତକ ସାମିଲ ରହିଛି। ବାଂଲାଦେଶ ପକ୍ଷରୁ ଶ୍ରୀଲଙ୍କାକୁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ବାଂଲାଦେଶର ଇନିଂସ ଆରମ୍ଭ କରିଥିଲେ ମହମ୍ମଦ ନଇମ୍‌ ଓ ଲିଟ୍‌ନ୍‌ ଦାସ (୧୬ ରନ୍‌)। ଉଭୟ ଓପନର ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ଫଳରେ ପ୍ରଥମ ଓ୍ଵିକେଟ୍‌ରେ ୪୦ ରନ୍‌ ସଂଗ୍ରହ ହୋଇଥିଲା। ଦଳ ୫୬ ରନ୍‌ରେ ୨ୟ ଓ୍ଵିକେଟ୍‌ ଭାବେ ଶାକିବ୍‌ ଅଲ୍‌ ହାସନ୍‌ (୧୦ ରନ୍‌)ଙ୍କୁ ହରାଇଥିଲା। ୧୨୯ ରନ୍‌ରେ ୩ୟ ଓ ୧୫୦ ରନ୍‌ରେ ୪ର୍ଥ ୱିକେଟର ପତ୍ତନ ହୋଇଥିଲା।

publive-image

ଓପନର ମହମ୍ମଦ୍‌ ନଇମ୍‌ ସର୍ବାଧିକ ୬୨ ରନ୍‌ ସଂଗ୍ରହ କରିଥିଲେ। ସେ ୫୨ଟି ବଲ ଖେଳି ୬ଟି ଚୌକା ମାରିଥିଲେ। ସେହିପରି ମୁଶଫିକର ରହିମ୍‌ ୩୭ଟି ବଲ ଖେଳି ଅପରାଜିତ ୫୭ ରନ୍‌ କରିଥିଲେ। ଏଥିରେ ତାଙ୍କର ୫ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଦଳର ଅନ୍ୟ ଖେଳାଳି ଅସିଫ୍‌ ହୁସେନ୍‌ ୭ ରନ୍‌ ଓ ଅଧିନାୟକ ମହମ୍ମଦୁଲ୍ଲା ଅପରାଜିତ ୧୦ ରନ୍‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଚମିକା କରୁଣାରତ୍ନେ, ବିନୁରା ଫର୍ଣ୍ଣାଡୋ ଓ ଲାହିରୁ କୁମାରା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe