ଆଇପିଏଲ୍‌: ଚେନ୍ନାଇ ଆଗରେ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

Advertisment
ଆଇପିଏଲ୍‌: ଚେନ୍ନାଇ ଆଗରେ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

Photo: IPL Tweet

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୩୮ତମ ମ୍ୟାଚ୍‌ ଆବୁଧାବିରେ ଖେଳାଯାଉଛି। କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଏହି ମୁକାବିଲା ହୋଇଛି। କୋଲକାତା ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ ହରାଇ ୧୭୧ ରନ୍‌ ସଂଗ୍ରହ କରିଥିଲା। ଫଳରେ ଚେନ୍ନାଇକୁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

କୋଲକାତା ପକ୍ଷରୁ ରାହୁଲ ତ୍ରିପାଠୀ ବ୍ୟକ୍ତିଗତ ଭାବେ ସର୍ବାଧିକ ୪୫ ରନ୍‌ ସଂଗ୍ରହ କରିଥିଲେ। ସେ ୩୩ଟି ବଲ୍‌ର ସମ୍ମୁଖୀନ ହୋଇ ୪ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ରନ୍‌ ସଂଗ୍ରହ କରିଥିଲେ। ନୀତିଶ ରାଣା ଅପରାଜିତ ୩୭ ରନ୍‌ ଦଳ ପାଇ ଯୋଗାଡ଼ କରିଥିବା ବେଳେ ଦିନେଶ କାର୍ତ୍ତିକ ୨୬ ରନ୍‌, ଆନ୍ଦ୍ରେ ରସେଲ ୨୦ ରନ୍‌, ଭେଙ୍କଟେସ୍‌ ଆୟର ୧୮ ରନ୍‌ ଓ ଶୁଭମନ ଗିଲ ୯ ରନ୍‌ କରିଥିଲେ।

ଚେନ୍ନାଇ ସୁପର କିଙ୍ଗ୍‌ସ ତରଫରୁ ଜୋସ ହେଜେଲଉଡ ଓ ଶାର୍ଦ୍ଦୁଲ ଠାକୁର ୨-୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe