ଆଇପିଏଲ୍‌-୨୦୨୪: ରାଜସ୍ଥାନକୁ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ

Advertisment
ଆଇପିଏଲ୍‌-୨୦୨୪: ରାଜସ୍ଥାନକୁ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ

Photo: X

ଅହମଦାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୪ର ଏଲିମିନେଟରରେ ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବୁଧବାର ସନ୍ଧ୍ୟାରେ ରାଜସ୍ଥାନ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ବେଙ୍ଗାଲୁରୁ ଟିମ୍‌ ବ୍ୟାଟିଂ କରିବାକୁ ପଡ଼ିଆରେ ଓହ୍ଲାଇଥିଲା। ବେଙ୍ଗାଲୁରୁ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୭୨ ରନ୍‌ ସଂଗ୍ରହ କରିଛି।

ବେଙ୍ଗାଲୁରୁ ପାଇଁ ବିରାଟ କୋହଲି ଓ ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ଆରମ୍ଭରୁ ଭଲ ପ୍ରଦର୍ଶନ କରୁଥିଲେ। ମାତ୍ର ସ୍କୋର ୩୭ ରନ୍‌ ଥିବା ବେଳେ ଡୁପ୍ଲେସି ଆଉଟ୍‌ ହୋଇଥିଲେ।‌ ସ‌େ ବ୍ୟକ୍ତିଗତ ଭାବେ ୧୪ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୧୭ ରନ୍‌ କରିଥିଲେ। ସେହିପରି ସ୍କୋର୍‌ ୫୬ ରନ୍‌ ଥିବା ବେଳେ ବିରାଟ କୋହଲି ଆଉଟ୍‌ ହୋଇଥିଲେ। ସେ ୨୪ଟି ବଲ୍‌ରୁ ୩୩ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଏଥିରେ ସେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ କରିଥିଲେ। ବେଙ୍ଗାଲୁରୁକୁ ତୃତୀୟ ଝଟକା  ୯୭ ରନ୍‌ରେ ଲାଗିଥିଲା। କେମରନ୍‌ ଗ୍ରିନ ୨୭ ରନ୍‌ କରି ଆଉଟ୍‌ ହୋଇଥିଲେ। ସେ ୨୧ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ବିସ୍ଫୋରକ ବ୍ୟାଟର ତଥା ଅଲରାଉଣ୍ଡର ଗ୍ଲେନ ମେକ୍ସୱେଲ ମାତ୍ର ଗୋଟିଏ ବଲ୍‌ ସାମ୍ନା କରି ଶସ୍ତାରେ ଆଉଟ୍‌ ହୋଇଥିଲେ।

ସେହିପରି ରଜତ ପାଟିଦାର ୩୪ ରନ୍‌, ମହିପାଲ ଲୋମରୋର ୩୨ ରନ୍‌, ଦିନେଶ କାର୍ତ୍ତିକ ୧୧ ରନ୍‌, କର୍ଣ୍ଣ ଶର୍ମା ୫ ରନ୍‌ ଓ ସ୍ବପ୍ନିଲ ସିଂହ ଅପରାଜିତ ୯ ରନ୍‌ ସଂଗ୍ରହ କରିଥିଲେ। ରାଜସ୍ଥାନ ପକ୍ଷରୁ ଆ‌ବେସ ଖାନ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ରବିଚନ୍ଦ୍ରନ ଅଶ୍ବିନଙ୍କୁ୨ ୱିକେଟ ମିଳିଥିଲା। ଟ୍ରେଣ୍ଟ ବୋଲ୍ଟ, ସନ୍ଦୀପ ଶର୍ମା ଓ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe