Photo: IPL Twitter
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୬୩ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ରବିବାର ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ବିପକ୍ଷରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୧୭୮ ରନ୍ କରିଛି। ଫଳରେ ଲକ୍ଷ୍ନୌକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୭୯ ରନ୍ର ଟାର୍ଗେଟ ମିଳିଛି।
ରାଜସ୍ଥାନ ପାଇଁ ପାଳି ଆରମ୍ଭ କରିଥିଲେ ଯଶସ୍ୱୀ ଜୟସ୍ୱାଲ ଓ ଜୋସ୍ ବଟ୍ଲର। ଉଭୟ ଖେଳାଳି ପ୍ରଥମ ଓ୍ଵିକେଟ୍ ପାଇଁ ୧୧ ରନ୍ର ଭାଗିଦାରୀ ହୋଇପାରିଥିଲେ। ବଟଲର ୬ଟି ବଲ୍ ସାମ୍ନା କରି ମାତ୍ର ୨ ରନ୍ ସଂଗ୍ରହ କରିଥିଲେ ଓ ପାଭଲିଅନ୍ ଫେରିଯାଇଥିଲେ। ୨ୟ ଓ୍ଵିକେଟ୍ ପାଇଁ ଅଗ୍ରଓ୍ଵାଲଙ୍କ ସହିତ ସଂଜୁ ସାମସନ୍ ୬୪ ରନ୍ର ଭାଗିଦାରୀ ହୋଇପାରିଥିଲେ। ସାମ୍ସନ୍ ୨୪ଟି ବଲ୍ ଖେଳି ୩୨ ରନ୍ କରିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା।
ରାଜସ୍ଥାନ ପାଇଁ ଦେବଦୂତ୍ତ ପଡ୍ଡିକଲ ୩୯ ରନ୍, ରିୟାନ ପରାଗ ୧୯ ରନ୍, ଜେମ୍ସ ନୀଶମ ୧୪ ରନ୍, ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୧୦ ରନ୍ ଓ ଟ୍ରେଣ୍ଟ ବୋଲ୍ଟ ଅପରାଜିତ ୧୦ ରନ୍ ସଂଗ୍ରହ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ରବି ବିଶ୍ନୋୟୀ ୨ଟି ଓ୍ଵିକେଟ୍ ନେଇଥିଲେ। ସେହିପରି ଅଭେସ୍ ଖାନ୍, ଜସନ ହୋଲ୍ଡର ଓ ଆୟୁଷ ବଦୋନୀଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
Follow Us