Yahoo Finance
ବିର୍ମିଂହାମ: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଜ୍ବଷ୍ଟନରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍ରେ ପ୍ରତ୍ୟେକ ଦିନ ୧୮୦୦୦ ଦର୍ଶକଙ୍କୁ ଅନୁମତି ମିଳିଛି। ୟୁକେ ସରକାରଙ୍କ ପାଇଲଟ୍ ଯୋଜନା କୋଭିଡ ପରେ ଭିଡ ବଢ଼ାଇବାର ଏହା ପ୍ରଥମ ପ୍ରତିଯୋଗିତା ହେବ। ସଂପ୍ରତି ଇଂଲଣ୍ଡର କରୋନା ନିୟମାନୁସାରେ ଷ୍ଟାଡିୟମରେ ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ରହିଛି। କିନ୍ତୁ ଏହି ଯୋଜନା ଅନୁଯାୟୀ ଜୁନ୍ ୧୦ରୁ ୧୪ ପର୍ଯ୍ୟନ୍ତ ଖେଳାଯିବାକୁଥିବା ଏହି ଟେଷ୍ଟ୍ ଲାଗି ୭୦ ପ୍ରତିଶତ ପାଇଁ ଅନୁମିତି ମିଳିଛି। ‘‘ଆମେ ଆଉ ଅପେକ୍ଷା କରିପାରିବୁନି। ଆପଣମାନେ ଆମ ସହିତ ରୁହନ୍ତୁ’’ ବୋଲି ଇଂଲଣ୍ଡ କ୍ରିକେଟ୍ ତା ଟ୍ବିଟର୍ ପୃଷ୍ଠାରେ ଉଲ୍ଲେଖ କରିଛି।
ଏଥିପାଇଁ ଇଂଲଣ୍ଡ ଜନସ୍ବାସ୍ଥ୍ୟ ବିଭାଗ, ଇଂଲଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି), ବିର୍ମିଂହାମ ସହର ପରିଷଦ ଏବଂ ଏଜ୍ବଷ୍ଟନ ସୁରକ୍ଷା ପରାମର୍ଶଦାତା ଗୋଷ୍ଠୀ ସହଯୋଗରେ ସାଂସ୍କୃତିକ ସମ୍ପାଦକ ଓଲିଭର ଡଡେନ୍ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି। ଗେଟ୍ରେ ପ୍ରବେଶ ପୂର୍ବରୁ ଦର୍ଶକଙ୍କ ନିକଟରେ ୨୪ ଘଣ୍ଟା ମଧ୍ୟରେ କରିଥିବା କରୋନା ନେଗେଟିଭ୍ ରିପୋର୍ଟ ଥିବ ଏବଂ ବୟସ ୧୬ ବର୍ଷରୁ ଊର୍ଦ୍ଧ ହୋଇଥିବ। ହେଲେ ଉଭୟ ଦେଶ ମଧ୍ୟରେ ଲର୍ଡସରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍ ଏହି ପାଇଲଟ୍ ଯୋଜନାରେ ନଥିବାରୁ ଏଠାରେ ୭୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବନି।
Follow Us