ଆଇପିଏଲ୍ : ପଞ୍ଜାବ କିଙ୍ଗସ ଆଗରେ ୧୮୫ ରନର ଲକ୍ଷ୍ୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଆଗରେ ୧୮୫ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।

ipl

ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଆଗରେ ୧୮୫ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।

ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ପକ୍ଷରୁ ରିୟାନ ରିକଲଟନ ଓ ରୋହିତ ଶର୍ମା ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତ ୨୪ ରନ କରିଥିବାବେଳେ ରିକଲଟନ ୨୭ ରନ କରିଥିଲେ । ସୂର୍ଯ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ୨ ଛକା ଓ ୬ ଚୌକା ସହ ୫୭ ରନ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୬ ରନ କରିଥିବାବେଳେ ନମନ ଧୀର ୨୦ ରନ କରିଥିଲେ । ସେହିପରି ଓ୍ବିଲ ଜାକ୍ସ ୧୭ ରନ କରିଥିଲେ । ପଞ୍ଜାବ ପକ୍ଷରୁ ବିଜୟ କୁମାର ବୈଶକ, ଅର୍ଶଦୀପ ସିଂ ଓ ମାର୍କୋ ଜାନସେନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ହରପ୍ରିତ ବ୍ରାର ଗୋଟିଏ ଓ୍ବିକେଟ ନେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe