Photo: Zee News
ହାଇଦ୍ରାବାଦ୍: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲା ଜାରି ରହିଛି। ହାଇଦ୍ରାବାଦ୍ସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟସ୍ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅତିଥି ଦଳ ବ୍ୟାଟିଂ କରିଛନ୍ତି। କାମେରନ୍ ଗ୍ରିନ୍ (୫୨) ଓ ଟିମ୍ ଡେଭିଡ୍(୫୪)ଙ୍କ ଅର୍ଦ୍ଧଶତକ ବଳରେ କଂଗାରୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଛି। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳୁଥିବା ଭାରତକୁ ମ୍ୟାଚ ବିଜୟ ପାଇଁ ୧୮୭ ରନ୍ର ଲକ୍ଷ୍ୟ ମିଳିଛି।
Photo: Zee Newsଅଷ୍ଟ୍ରେଲିଆର ସ୍କୋରରେ କାମେରନ୍ ଗ୍ରିନ୍ ଓ ଟିମ୍ ଡେଭିଡ୍ଙ୍କ ବଡ଼ ଯୋଗଦାନ ରହିଛି। କାମେରନ୍ ୨୧ଟି ବଲ୍ ଖେଳି ବିସ୍ଫୋରକ ଭାବେ ବ୍ୟାଟିଂ କରିଥିଲେ। ସେ ୭ଟି ଚୌକା ଏବଂ ୩ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୫୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଟିମ୍ ଡେଭିଡ୍ ୨୭ଟି ବଲ୍ ଖେଳି ୨ଟି ଚୌକା ଓ ୪ଟି ଛକା ବଳରେ ୫୪ ରନ୍ ସଂଗ୍ରହ କରିଥିଲେ।
ଆରମ୍ଭରୁ ଅଷ୍ଟ୍ରେଲିଆ ଭଲ ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ବ୍ୟାଟର କାମେରନ ଓ ଅଧିନାୟକ ଆରୋନ ଫିଞ୍ଚ (୭ରନ୍) ୩.୩ ଓଭର ଖେଳି ୪୪ ରନ୍ର ଭାଗିଦାରୀ ହୋଇଥିଲେ। କିନ୍ତୁ ଷ୍ଟିଭେନ୍ ସ୍ମିଥ ଓ ଗ୍ଲେନ ମ୍ୟାକ୍ସୱେଲ ଶସ୍ତାରେ ଆଉଟ୍ ହୋଇଥିଲେ। ଏହି ଦୁଇ ବ୍ୟାଟର ଯଥାକ୍ରମେ ୯ ଓ ୬ ରନ୍ କରିଥିଲେ। ଜୋସ ଇଙ୍ଗଲିସ୍ଙ୍କ ବ୍ୟାଟ୍ରୁ ୨୪ ରନ୍ ଅମଳ ହୋଇଥିଲା। ସେ ୨୨ଟି ବଲ୍ ଖେଳି ୩ଟି ଚୌକା ମାରିଥିଲେ। ଡେନିଏଲ୍ ସାମ୍ସ ଅପରାଜିତ ୨୮ ରନ୍ ସଂଗ୍ରହ କରିଥିଲେ।
Photo: BCCI twitterଭାରତ ପକ୍ଷରୁ ଦ୍ରୁତ ବୋଲର ଅକ୍ଷର ପଟେଲ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ସେହିପରି ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
Follow Us