ଟି-୨୦ ବିଶ୍ବକପ୍‌: ଜିମ୍ବାୱେ ଆଗରେ ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ, ସୂର୍ଯ୍ୟକୁମାର ଓ କେଏଲ୍‌ ରାହୁଲଙ୍କ ଅର୍ଦ୍ଧଶତକ

୨ୟ ଟି-୨୦: ଟସ୍‌ ଜିଣି ଅଷ୍ଟ୍ରେଲିଆର ପ୍ରଥମେ ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି

Photo: AajTak

ମେଲ୍‌ବର୍ଣ୍ଣ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଟି-୨୦ ବିଶ୍ବକପ୍‌ରେ ରବିବାର ଭାରତ ଓ ଜିମ୍ବାୱେ ମଧ୍ୟରେ ମୁହାଁମୁହିଁ ହୋଇଛି। ମେଲ୍‌ବର୍ଣ୍ଣର ଐତିହାସିକ ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୮୬ ରନ୍‌ ସଂଗ୍ରହ କରିଛି। ଫଳରେ ଜିମ୍ବାୱେକୁ ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

publive-image Photo: ICC Twitter

ଭାରତର ପାଳି ଆରମ୍ଭ କରିଥିଲେ କେଏଲ୍‌ ରାହୁଲ ଓ ରୋହିତ ଶର୍ମା। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୨୭ ରନ୍‌ ଯୋଡ଼ିଥିଲେ। ‌ରୋହିତ ଶର୍ମା ୧୩ଟି ବଲ୍‌ ଖେଳି ୧୫ ରନ୍‌ ସଂଗ୍ରହ କରିଥିଲେ। କେଏଲ୍‌ ରାହୁଲ ଓ ବିରାଟ କୋହଲି ୨ୟ ୱିକେଟ୍‌ ପାଇଁ ୬୦ ରନ୍‌ ସଂଗ୍ରହ କରିଥିଲେ। କୋହଲି ବ୍ୟକ୍ତିଗତ ଭାବେ ୨୫ଟି ବଲ୍‌ ଖେଳି ୨୬ ରନ୍‌ କରିଥିଲେ। ଏଥିରେ‌ ସେ ୨ଟି ଚୌକା ମାରିଥିଲେ। ତେବେ ଭାରତର ‌ସ୍କୋରରେ ‌ଓପନର କେଏଲ୍‌ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଭୂମିକା ରହିଥିଲା। ଉଭୟ ବ୍ୟାଟର ୧୧୨ ରନ୍‌ ସଂଗ୍ରହ କରିଥିଲେ। ରାହୁଲ ୩୫ଟି ବଲ୍‌ ଖେଳି ୫୧ ରନ୍‌ ସଂଗ୍ରହ କରିଥିଲେ। ସେ ୩ଟି‌ ଚୌକା ଓ ୩ଟି ଛକା ମଧ୍ୟ ମାରିଥିଲେ। ସେହିପରି ଯୁବ ବ୍ୟାଟର ସୂର୍ଯ୍ୟକୁମାର ୨୫ଟି ବଲ୍‌ ଖେଳି ୬ଟି ଚୌକା ଓ ୪ଟି ଛକା ସହାୟତାରେ ଅପରାଜିତ ରହି ୬୧ ରନ୍‌ ‌କରିଥିଲେ। ରିଷଭ ପନ୍ତ ୩ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍‌ କରିଥିଲେ।

ଜି‌ମ୍ବାୱେ ପକ୍ଷରୁ ସିଆନ୍‌ ୱିଲିୟମ୍‌ ସର୍ବାଧିକ ୨ଟି ୱିକେଟ୍‌ ନେଇଥିଲା ବେଳେ ରିଚାର୍ଡ ନାଗାର୍ଭା, ବ୍ଲେସିଂ ମୁଜାରୱାନୀ ଓ ସିକନ୍ଦର ରାଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe