ଆଇପିଏଲ: ଦିଲ୍ଲୀ ଆଗରେ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

Advertisment
ଆଇପିଏଲ: ଦିଲ୍ଲୀ ଆଗରେ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୨୭ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୯୦ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୮୯ ରନ୍‌ କରିଛି। ବାଙ୍ଗାଲୋର ପକ୍ଷରୁ ଦୁଇ ଓପନର ଫାଫ ଡୁପ୍ଲେସିସ ଓ ଅନୁଜ ରାଓ୍ବତ ଏବଂ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶସ୍ତାରେ ଆଉଟ ହେବାପରେ ଦଳ ଆରମ୍ଭରୁ ସଂକଟରେ ପଡିଥିଲା। ବାଙ୍ଗାଲୋର ନିଜର ସ୍କୋର ୪୦ ରନ୍‌ ବେଳକୁ ଆଗଧାଡ଼ିର ୩ ଜଣ‌ ଖେଳାଳିଙ୍କୁ ହରାଇବା ପରେ ସଂକଟରେ ପଡ଼ିଯାଇଥିଲା। ତେବେ ଗ୍ଲେନ ମାକ୍ସଓ୍ବେଲଙ୍କ ୫୫ ରନ, ଦିନେଶ କାର୍ତ୍ତିକଙ୍କ ୬୬ ରନ ବଳରେ ଦଳ ବିପର୍ଯ୍ୟୟରୁ ବାହାରିବା ସହ ନିର୍ଦ୍ଧାରିତ ୨୦ ଓଭରରେ ୧୮୯ ରନ କରିପାରିଥିଲା। ଦିଲ୍ଲୀ ପକ୍ଷରୁ ଶାର୍ଦ୍ଦୁଲ ଠାକୁର, ଖଲୀଲ ଅହମଦ, ଅକ୍ଷର ପଟେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe